ଦେଓଗାଁ: ୟୁରିଆ ସାରକୁ ନେଇ ପ୍ୟାକ୍ସ ଭିତରେ ବିଜେଡି-କଂଗ୍ରେସ ନେତା ହାତାହାତି ହୋଇଛନ୍ତି। ଦେଓଗାଁ ଥାନାର ଜରାସିଂହା ପ୍ୟାକ୍ସ ୟୁରିଆ ସାର ବଣ୍ଟନ ବେଳେ ଗଣ୍ଡଗୋଳ ହୋଇଛି। ଜଣେ ବିଜେଡ଼ି ନେତା ଓ କଂଗ୍ରେସ ସମିତି ସଭ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସାରକୁ ନେଇ ଉଭୟେ ହୋଇଛନ୍ତି ହାତାହାତି ହୋଇଛନ୍ତି। ଦେଓଗାଁ ଥାନାରେ ଏନେଇ ଉଭୟେ ଲିଖିତ ଅଭିଯୋଗ କରିଛନ୍ତି । ଦେଓଗାଁ ପୁଲିସ ଏହାର ତଦନ୍ତ କରୁଛି।

Advertisment

ୟୁରିଆ ସାରକୁ ନେଇ ରାଜ୍ୟରେ ଚାଷୀ କେଉଁଠି ରାତି ଉଜାଗର ରହୁଛି ତ ଆଉ କେଉଁଠି ସାରକୁ ନେଇ ଆନ୍ଦୋଳନ କରୁଛି। ତଥାପି ସାର କଳାବଜାରୀ ଥମୁନି। ଏଭଳି ସ୍ଥିତିରେ ଦେଓଗାଁ ବ୍ଲକର ଜରାସିଂହା କୃଷି ସମବାୟ ସମିତିକୁ ଆସିଥିବା ୟୁରିଆ ସାର ପ୍ୟାକ୍ସରୁ ସରକାରୀ ଦରରେ ନେଇ ବାହାରେ କଳାବଜାରୀ କରି ବସ୍ତା ପ୍ରତି ୫ଶହ ରୁ ୬ଶହରେ ବିକ୍ରି କରୁଥିବାର ଚାଷୀ ଅଭିଯୋଗ କରୁଛନ୍ତି।

ଏହାକୁ ନେଇ  ବିଜେଡିର ଜଣେ ଆଗ ଧାଡ଼ିର ନେତା ପ୍ରମୋଦ ବହିଦାର ଓ  ପ୍ୟାକ୍ସ ନିର୍ଦ୍ଦେଶକ  ସୁଦାମ ବିଶ୍ଵାଳ  କଂଗ୍ରେସ ସମର୍ଥିତ ସମିତି ସଭ୍ୟ ଅମିତ ତ୍ରିପାଠୀଙ୍କ ମଧ୍ୟରେ ମାରପିଟ ହେବାକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି କେହି ମୁଁହ ଖୋଲୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟରେ ବିଜେଡ଼ି ନେତା ଓ ସମିତି ସଭ୍ୟ ସାର କଳା ବଜାରୀ ପାଇଁ ଝାମେଲା ହୋଇଛି ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି।

ତେବେ ଦେଓଗାଁ ବ୍ଳକରେ ଥିବା ୧୨ଟି କୃଷି ସମବାୟ ସମିତି ଓ ୭୦ଟି ଡିଲରଙ୍କ ପାଖକୁ କିଛି ମାତ୍ରାରେ ୟୁରିଆ ସାର ଆସିଥିଲେ ବି ଡିଲରମାନେ ବାଧ୍ୟତାମୂଳକ ଭାବେ ନାନୋ ୟୁରିଆ ଦେଇ ବସ୍ତା ପ୍ରତି ୮ଶହ ଟଙ୍କା ନେଉଥିବାର ଚାଷୀ ଅଭିଯୋଗ କରୁଛନ୍ତି। ହେଲେ ଏହାକୁ ନେଇ ସରକାରୀ ଅଧିକାରୀ ମୌନବ୍ରତ ପାଳନ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ଓ ସାର ସଙ୍କଟ ଦେଖା ବଢ଼ିବାରେ ଲାଗିଛି।

Keonjhar | congress | BJD