ମୋଦୀଙ୍କୁ େନଇ କଂଗ୍ରେସ-ବିଜେଡିର ବୟାନବାଜି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଦିନିକିଆ ଗସ୍ତ ପରେ ସରଗରମ ହୋଇଛି ରାଜନୀତି। ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ନାଁ ନ ନେଇ ଯେପରି କହିଲେ ତାକୁ ନେଇ ବୟାନବାଜି ଥମିବାର ନାଁ ନେଉନି। ତେବେ ବିଜେପିରେ ଦ୍ବନ୍ଦ୍ବ ବଢିଯାଇଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ କିନ୍ତୁ ଓଲଟା ପ୍ରତି ଆକ୍ରମଣ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୋଦୀ ଜୟ ଜଗନ୍ନାଥ କହି ଓଡ଼ିଶା ଲୋକଙ୍କୁ ଭୁତେଇବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପ କାମ ଆରମ୍ଭ ହୋଇନି। ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ସହାୟତା ରାଶି ଗତବର୍ଷ ଠାରୁ ଏ ବର୍ଷ କମ ମିଳିଛି। ଉଭୟ ନବୀନ ଓ ମୋଦୀଙ୍କ ଦ୍ବାରା ଓଡ଼ିଶାବାସୀ ପ୍ରତାରିତ। ଓଡ଼ିଶା ଲୋକଙ୍କୁ ସେମାନେ ବୋକା ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମିଥ୍ୟା ପ୍ରତିଶ୍ରୁତି ଦେବାର ଅଭ୍ୟାସ ଅଛି। ବିଜେପି ଓ ବିଜେଡି କୋଳାକୋଳି ପ୍ରମାଣିତ ହୋଇଛି। ଧାନର ଏମଏସପି ସଂକ୍ରାନ୍ତ ବିଧାନସଭା ଗୃହ କମିଟିକୁ ମୋଦୀ ଭେଟିବାକୁ ସମୟ ଦେଉନାହାନ୍ତି। ଭୁବନେଶ୍ବରେ ଆୟୋଜିତ ସଭାରେ ନବୀନ ଓ ମୋଦୀଙ୍କର ଭିତିରିଆ ସମ୍ପର୍କ ଯୋଗୁଁ ନବୀନଙ୍କ ବିରୋଧରେ ମୁହଁ ଖୋଲିନାହାନ୍ତି ପ୍ରଧାନମନ୍ତ୍ରୀ। ଉଭୟ ବିଜେପି ଓ ବିଜେଡି ଚାଷୀ ବିରୋଧୀ। ବିଜେପି ନବୀନଙ୍କ ଦୋଷ ଘୋଡ଼ାଉଥିବାବେଳେ ନବୀନ ମଧ୍ୟ ଅନୁରୂପ ଭାବେ ବିଜେପିର ଦୋଷ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି।

ଅନ୍ୟପକ୍ଷରେ ବିଜେଡି କହିଛି, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପରି ୩ଟି ହିନ୍ଦୀ ବହୁଳ ରାଜ୍ୟରେ ନିର୍ବାଚନ ହାରିବା ପରେ ବିଜେପିର ମନୋବଳ ଭାଙ୍ଗିଯାଇଛି। ଏହାକୁ ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମୋଦୀ ଓଡି଼ଶାର ବିକାଶ କଥା କେଉଁ ଆଧାରରେ କହିଛନ୍ତି ତା ବୁଝାପଡ଼ୁନାହିଁ। େମାଦୀ ପ୍ରତିଶ୍ରୁତି ଦେଇଥିବା କୋଷ୍ଟାଲ ଜାତୀୟ ରାଜପଥ ପ୍ରତିଶ୍ରୁତି କୁଆଡେ଼ ଗଲା? ପୂର୍ବଭାରତର ଶିଳ୍ପ କରିଡର ଘୋଷଣା କେବଳ ଘୋଷଣାରେ ରହିଛି। େସହିଭଳି କଂଗ୍ରେସକୁ ଜବାବ ଦେଇ ଶ୍ରୀ ଦେବ କହିଛନ୍ତି, ୩ ରାଜ୍ୟର ସଫଳତା ମିଳିବା ପରେ କଂଗ୍ରେସ ଏବେ ନୂଆ ନୂଆ ନିଦରୁ ଉଠିଛି। ସେଥିପାଇଁ କଂଗ୍ରେସକୁ ବାସ୍ତବ ଛବି ଭଲ ହୋଇ ଦେଖାଯାଉନି।

ସମ୍ବନ୍ଧିତ ଖବର