ଯାଜପୁର/କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଗତକାଲି ଭଳି ଆଜି ମଧ୍ୟ ଉଭୟ କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରେ ଶଙ୍ଖଧ୍ବନି ଶୁଣିବାକୁ ମିଳିଛି। ଗତକାଲି ଯାଜପୁର ଜିଲ୍ଲାର ସମସ୍ତ ୧୦ଟି ଜୋନ୍ରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ଆଜି ଗଣତି ଚାଲିଥିବା ସମସ୍ତ ୧୨ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ଆଗୁଆ ରହିଛି। କେବଳ ବରୀରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଅପରପକ୍ଷରେ କେନ୍ଦୁଝର ଜିଲ୍ଲାର ଆଜି ଦ୍ବିତୀୟ ଦିନ ଗଣତି ହେଉଥିବା ସମସ୍ତ ୧୨ଟି ଜୋନ୍ରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ତେବେ ତେଲକୋଇ ଏବଂ ହରିଚନ୍ଦପୁରରେ ବିଜେଡି- ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଥିବା ଦେଖିବାକୁ ମିଳିଛି।
ବଡ଼ଚଣା ବ୍ଲକ ୧୭ ନମ୍ବର ଜୋନ୍ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଗଣେଶ୍ବର ବରାଳ ଆଗୁଆ ରହିଥିବା ବେଳେ ବଡ଼ଚଣା ୧୮ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସସ୍ମିତା ମହାନ୍ତି ବିଜେପିର ଦେବଯାନୀ ପ୍ରଧାନଙ୍କ ଠାରୁ ଆଗରେ ରହିଛନ୍ତି।। ବରୀ ବ୍ଲକ ୨୨ ନମ୍ବର ଜୋନ୍ରେ ବିଜେଡିର ଦିଲ୍ଲିପ ମହାନ୍ତି ବିଜେପିର କବିର ଦାସଙ୍କ ଠାରୁ ୮ ଶହରୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ବିଂଝାରପୁର ୨୬ ନମ୍ବର ଜୋନ୍ରେ ବିଜେଡିର ନନ୍ଦକିଶୋର ସାମଲ , ଦାନଗଦି ୯ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଟିନା ହାଇବ୍ରୁ , ଦଶରଥପୁର ୫ ନମ୍ବର ଜୋନ୍ରେ ବିଜେଡିର ମନସ୍ବିନୀ ଦାସ , ଧର୍ମଶାଳା ଜୋନ୍-୧୨ରେ ବିଜେଡି ପ୍ରାର୍ଥୀ ପ୍ରଣତି ଲେଙ୍କା , ଧର୍ମଶାଳା ଜୋନ୍-୧୩ରେ ବିଜେଡି ପ୍ରାର୍ଥୀ ସ୍ମୃତିରେଖା ବେହେରା ଆଗୁଆ ଅଛନ୍ତି।
ବିଜେଡିର ହେଭିୱେଟ୍ ନେତା ପ୍ରଣବପ୍ରକାଶ ଦାସଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ୩୦ ନମ୍ବର ଜୋନ୍ରେ ବିଜେଡିର ସୁନୀତା ରାଉତ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁଲୋଚନା ପୁହାଣଙ୍କ ଠାରୁ ଢେର୍ ଆଗରେ ଅଛନ୍ତି। ସେହିପରି କୋରେଇ ୨ ନମ୍ବର ଜୋନ୍ରେ ବିଜେଡିର ଉମାକାନ୍ତ ମାଝି ,ରସୁଲପୁର ୩୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ମମତା ଖୁଣ୍ଟିଆ , ସୁକିନ୍ଦା ୩୮ ନମ୍ବର ଜୋନ୍ରେ ବିଜେଡି ପ୍ରର୍ଥୀ ସାଧୁଚରଣ ତିୟୁ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ଚାଲିଛନ୍ତି।
ଅପରପକ୍ଷରେ ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ୧୨ଟି ଜୋନ୍ରେ ବିଜେଡି ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ଆନନ୍ଦପୁର ବ୍ଲକ୍ର ଜୋନ୍-୨ରେ ବିଜେଡି ପ୍ରାର୍ଥୀ ଜିତେନ୍ଦ୍ର କୁମାର ସାମଲ , ବାଂଶପାଳ ବ୍ଲକ୍ର ୨୫ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ବାରିକ , ଚମ୍ପୁଆ ବ୍ଲକ୍ର ୧୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନ ଆଗରେ ଅଛନ୍ତି। ସେହିପରି ଘସିପୁରା ବ୍ଲକ୍ର ଜୋନ୍ ୧୧ରେ ବିଜେଡି ପ୍ରାର୍ଥୀ ମନୋଜ କୁମାର ରାଉତ, ହାଟଡିହି ବ୍ଲକ୍ର ଜୋନ୍ ୩୫ରେ ବିଜେଡି ପ୍ରାର୍ଥୀ ସୁକାନ୍ତି ଜେନା,ଝୁମ୍ପୁରା ବ୍ଲକ୍ର ଜୋନ୍ ୧୭ରେ ବିଜେଡି ପ୍ରାର୍ଥୀ ସୋମବାରୀ ମୁର୍ମୁ, ଯୋଡ଼ା ବ୍ଲକ୍ର ୨୭ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସୁକୁମାରୀ ଦେହୁରୀ, କେନ୍ଦୁଝର ସଦର ବ୍ଲକ୍ର ୫ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ରଥ ମୁଣ୍ଡା, ପାଟଣା ବ୍ଲକ୍ର ୨୨ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସୌଭାଗ୍ୟ ମଞ୍ଜରୀ ନାୟକ ଆଗୁଆ ରହିଛନ୍ତି। ହରିଚନ୍ଦନପୁର ବ୍ଲକ୍ ଜୋନ୍ ନମ୍ବର ୩୨ରେ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର କିଷାନ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ଜଗବନ୍ଧୁ ମୋଦୀ କଡ଼ା ଟକ୍କର ଦେଉଛନ୍ତି।
ତେଲକୋଇ ବ୍ଲକ୍ର ୨୦ ନମ୍ବର ଜୋନ୍ର ବିଜେଡି ପ୍ରାର୍ଥୀ କେଦାର ଚନ୍ଦ୍ର ପ୍ରଧାନ ଆଗୁଆ ରହିଥିବା ବେଳେ ବିଜେପି ପ୍ରାର୍ଥୀ ହରିହର ପ୍ରଧାନଙ୍କ ସହ କଡ଼ା ମୁକାବିଲା ହେଉଛି।