ବିଜେଡିର ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା : ପ୍ରଚାରକ ତାଲିକାରେ ନବୀନ, ଅନଙ୍ଗ ଓ ପ୍ରସନ୍ନ

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ସେହିପରି ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପସଭାପତି ପ୍ରସନ୍ନ କୁମାର ପାଟ୍ଟଶାଣୀ, ଉପସଭାପତି ଏନ.ଭାସ୍କର ରାଓ, ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦକ ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ରବି ନାରାୟଣ ପାଣି, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, କିଶୋର କୁମାର ମହାନ୍ତି, ନବ କିଶୋର ଦାସ, ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ ବର୍ମା, ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେଓ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଚନ୍ଦ୍ର ସାରଥୀ ବେହେରା, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ସୁବାସ ସିଂହ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ସିଂହ, ଆକାଶ ଦାସ ନାୟକ, ମୁଜିବୁଲ୍ଲା ଖାଁ (ମୁନ୍ନା ଖାଁ), ମିନତି ବେହେରା, ତେଜେଶ୍ବର ପରିଡ଼ା, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, କୁନା ତ୍ରିପାଠୀ, ଅରିନ୍ଦମ ରାୟ, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ଅସିତ ଅମିତାଭ ଦାସ, ଅମରେଶ ପତ୍ରୀ ଓ ରାଣା ପ୍ରତାପ ପାତ୍ରଙ୍କୁ ଦଳର ତାରକା ପ୍ରଚାରକ ଭାବେ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର