ସମ୍ବଲପୁର: ବିକ୍ଷୋଭ, ପ୍ରତିବାଦ ବାହାନାରେ ବିଜେପି ଦଳ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିଂସ୍ର ଆଚରଣ କରିଲେ ତାହା ନିନ୍ଦନୀୟ। ସଭ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ବିଶେଷକରି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କର ବ୍ୟବହାର, ଆଚରଣ ଉଚ୍ଚାରଣ ଅତ୍ୟନ୍ତ ଅନାବଶ୍ୟକ ଓ ନୀଚ ସ୍ତରର। ସେ ନିଜ ସାମ୍ବିଧାନିକ ପଦ ମର୍ଯ୍ୟାଦାକୁ ଭୁଲି ଯେଭଳି ଭାବେ ଜଣେ ମହିଳା ପୁଲିସ ଅଫିସରଙ୍କୁ ଧକ୍କା ମାରିଲେ ତାହା ଅତ୍ୟନ୍ତ ଅଶୋଭନୀୟ।
ଏହାକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ତାଙ୍କ ଓ ତାଙ୍କ ସହଚରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ
କହିଛନ୍ତି।