ଭୁବନେଶ୍ବର : କେନ୍ଦ୍ରାପଡ଼ା ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ହେବାକୁ ମତଦାନରେ ବିଜେପି ଓ କଂଗ୍ରେସ ଗୁଣ୍ଡାମାନଙ୍କ ଦ୍ବାରା ବୁଥ କ୍ୟାପଚରିଂ ହେବା ଆଶଙ୍କା କରି ଅଧିକ ସୁରକ୍ଷା ବଳ ମୁତୟନ କରିବା ସହ ୯୧ଟି ସମ୍ବେଦନଶୀଳ ବୁଥରେ ସିସିଟିଭି ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେଡି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଜଣାଇଛି, ଅସତ୍ୟର ସାହାରା ନେଇ ବିଜୁ ଜନତା ଦଳକୁ ବଦନାମ କରିବା ପାଇଁ ବିଜେପି ପ୍ରାୟୋଜିତ ପେଡ୍ ଖବରକୁ ଲଗାତାର ପ୍ରସାରଣ କରୁଥିବା ଓଟିଭି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହିତ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ମତଦାନରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୩୧ଟି ଗ୍ରାମ ପଞ୍ଚାୟତ ସମେତ ୯୧ଟି ସମ୍ବେଦନଶୀଳ ବୁଥରେ କଂଗ୍ରେସ ଓ ବିଜେପି ଗୁଣ୍ଡାମାନଙ୍କ ଦ୍ବାରା ବୁଥ୍ କ୍ୟାପଚରିଂ ହେବାର ଆଶଙ୍କା କରି ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବା ସହ ସେସବୁ ବୁଥରେ ସିସିଟିଭି ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି।
କେନ୍ଦ୍ରାପଡ଼ାରେ ସିସିଟଭି ଲଗାଇବାକୁ ବିଜେଡିର ଦାବି
/sambad/media/post_attachments/wp-content/uploads/2019/04/bb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)