ଭୁବନେଶ୍ବର: ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି। ଆଜି ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମ୍ପାତିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ତଦନ୍ତ ପାଇଁ ଦାବି କରିବା ସହ ରଥଯାତ୍ରାର ବାକି ଥିବା ନୀତି କିପରି ତ୍ରୁଟିଶୂନ୍ୟ ହେବ, ସେଥି ନିମନ୍ତେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି।
ସ୍ମାରକପତ୍ରରେ ଦର୍ଶାଯାଇଛି, ପବିତ୍ର ରଥଯାତ୍ରାରେ ଘଟିଥିବା ଅବ୍ୟବସ୍ଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ଏ ବର୍ଷ ରଥଯାତ୍ରା ଦିନ ଭିଡ଼ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଥିଲା। ରଥଟଣା ସମୟରେ ୭୫୦ ଜଣ ଭକ୍ତ ଆହତ ହୋଇଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଠିଆ ହୋଇଥିବା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନଥିବାରୁ ଦଳାଚକଟା ହୋଇ ୩ ଜଣ ପ୍ରାଣ ହରାଇଥିଲେ। ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ କାରଣରୁ ଦେଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟ ୧୦ ହଜାରରୁ ଅଧିକ କର୍ଡନ ପାସ୍ ମୁଖ୍ୟତଃ ବିଜେପି କର୍ମୀମାନଙ୍କୁ ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ପରେ ରଥଟଣା ପରମ୍ପରା ନାହିଁ।ସନ୍ଧ୍ୟା ୭ଟା ୪୫ରେ ନନ୍ଦିଘୋଷ ରଥକୁ କିଛି ପାଦ ଟଣା ଯାଇଥିଲା।
ବିଭ୍ରାଟ ପାଇଁ ସରକାର ପ୍ରଶାସନିକ ତଦନ୍ତ ଘୋଷଣା କରିଛନ୍ତି। କିନ୍ତୁ ଏହା ଫଳପ୍ରସୂ ହେବାର ସମ୍ଭାବନା କମ୍। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ପଣ୍ଡା, ଚନ୍ଦ୍ରଶେଖର ସାହୁ, କଳିକେଶ ନାରାୟଣ ସିଂହଦେଓ, ପ୍ରୀତିରଂଜନ ଘଡ଼େଇ, ସୁଲୋଚନା ଦାସ, ଶୁଭାଶିଷ ଖୁଣ୍ଟିଆ ଓ ସୁନିଲ ମହାନ୍ତି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନନ୍ତ ନାରାୟଣ ଜେନା, ଉମାକାନ୍ତ ସାମନ୍ତରାୟ, ତୁଷାରକାନ୍ତି ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/05/djhdfsss-2025-07-05-01-23-29.jpg)