ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଜଭବନ ଆଗରେ ବିଜେଡିର ଧାରଣା

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଛି। ଏହି ଧାରଣାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ଯୋଗ ଦେଇ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଜେଡି ସରକାର ଆନ୍ଦୋଳନକୁ ଯେ କୌଣସି ସ୍ତରକୁ ନେବାଲାଗି ପ୍ରସ୍ତୁତ ବୋଲି କହିଛନ୍ତି। କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଆନ୍ତଃରାଜ୍ୟ ପରିଷଦ ଷ୍ଟିୟରିଂ କମିଟି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିି କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର