ଜୟପୁର: କରୋନା ମହାମାରୀ ଚାଳିଥିବା ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନେ ଯୋଜନାରେ ମୁଣ୍ଡ ପିଛା ୧୦ କିଲୋଗ୍ରାମ ଚାଉଳ ଦେଉଥିଲେ। ତାହାକୁ ସଂପ୍ରତି କେନ୍ଦ୍ରସରକାର ୫କିଲୋଗ୍ରାମ କାଟି ଦେଇ ବଳକା ୫କିଲୋଗ୍ରାମ ଦେଉଛନ୍ତି। ଏଥି ପାଇଁ ବିଜେଡି ପକ୍ଷରୁ ଆଜି ଜୟପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିରୋଧରେ ବିଶୋଧଗାର ପ୍ରକାଶ କରିବା ସହ କେବିକେ ତଥା ୫ମ ଅଧିସୂଚିତ କୋରାପୁଟ ଜିଲ୍ଲାପାଇଁ ରହିଥିବା କେବିକେ ସହ ଅନ୍ୟାନ୍ୟ ଯୋଜନା ଗୁଡିକ କାଟି ଦେବା ଯୁକ୍ତିଯୁକ୍ତ ନୁହେଁ ବୋଲି ନେତାମାନେ କହିଥିଲେ। ଏହି ଧାରା ଜାରୀ ରହିଲେ ଆଗାମୀ ଦିନରେ ବିଜେଡ଼ି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ।
ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ହୀନ ଚକ୍ରାନ୍ତ କରି ଏଭଳି ସବୁ ଯୋଜନାକୁ କାଣ୍ଟଛାଣ୍ଟ କରି ସାଧାରଣଲୋକଙ୍କୁ ହଇରାଣ କରୁଛି ବୋଲି ଏମାନେ ଅଭିଯୋଗ କରିଥିଲେ। ଏହି ବିକ୍ଷୋଭରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ବାଲା ରାୟ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ପୂର୍ବତନ ପୌରଉପାଧ୍ୟକ୍ଷ ମୁନ୍ନା ରଥ, ବରିଷ୍ଠ ବିଜେଡି ନେତା ଅନୁପ ପାତ୍ର, ରମାକାନ୍ତ ରାଉଳ, ପୌର ଉପାଧ୍ୟକ୍ଷା ବି.ସୁନିତା, ହିମାଂଶୁ ମହାପାତ୍ର, ସୁବାସ ରାଉତ, ରଘୁ ପାଢ଼ୀ, ଶିବ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ତପତି ପଟ୍ଟନାୟକ, ଆସ୍ଥା ନାୟକ, ରଶ୍ମି ରଥ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶିଳ୍ପା ପାଣି, ଭି.ଗାୟତ୍ରୀ ଦେବୀ, ସୁଷମା ମହାପାତ୍ର, ଅନିତା ନାୟକ, ଦେବେନ୍ଦ୍ର ଚୌଧୁରୀଙ୍କ ସହ ବହୁ ନେତା ଭାଗ ନେଇଥିଲେ।