ରାଉରକେଲା: ଚାଷୀମାନଙ୍କ ବକେୟା ଟଙ୍କା, ଏଫ୍ସିଆଇର ଚାଉଳ ଉଠାର ଅବହେଳା ବିରୋଧରେ ଜିଲ୍ଲା ବିଜେଡି ପକ୍ଷରୁ ଏଫ୍ସିଆଇ ଗୋଦାମ ଆଗରେ ଧାରଣା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲା ସଭାପତି ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଚାଷୀମାରଣ ନୀତିକୁ ନେଇ କେନ୍ଦ୍ର ଉପରେ ଖୁବ୍ ବର୍ଷିଥିଲେ।
ତୁରନ୍ତ ଚାଷୀଙ୍କ ସମସ୍ୟାକୁ ସମାଧାନ ଦାବି କରିଥିଲେ। ପୂର୍ବତନ ବିଧାୟକ ମଙ୍ଗଳା କିସାନ, ଯୋଗୋଶ ସିଂ, ଭୀମ ଚୌଧୁରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ପୂର୍ବତନ ଅଧ୍ୟକ୍ଷ ରଣଜିତ୍ କିସାନ, ରାଜ୍ୟ ଉପସଭାନେତ୍ରୀ ସୁନିତା ବିଶ୍ବାଳ, ମିନତୀ ଦେବତା, ସମ୍ପାଦିକା ମିନତୀ ବିଶ୍ବାଳ, ବ୍ଲକ ଅଧ୍ୟକ୍ଷ ଜଟିଆ ମୁଣ୍ଡା, ବସନ୍ତ ଟପ୍ପୋ, ମଖଲୁ ଏକ୍କା, ମଞ୍ଜୁଲତା କିସାନ, ବ୍ଲକ ସଭାପତି ରଘୁନାଥ ସାହୁ, ଦିଗାମ୍ବର ଦାସ, ରାଜେଶ ହାଁସଦା, ପ୍ରସନ୍ନ ବାଗ, ସୁନ୍ଦରଗଡ ସଭାନେତ୍ରୀ ଅଞ୍ଜନା ପଣ୍ଡା, ରାଉରକେଲା ମହିଳା ନେତ୍ରୀ ଜ୍ୟୋତ୍ସ୍ନା ନାୟକ, ନଗର ସଭାପତି ଗଗନ ପଣ୍ଡା, ରଘୁନାଥପାଲୀ ନଗର ସଭାପତି ଆର୍ତ୍ତ ମହାରଣା, ଆଇନୀଜୀବୀ ସଂଯୋଜକ ସନ୍ତୋଷ ନାୟକ, ସୁଦାମ ଦାଶ ପ୍ରମୁଖ ଚାଷୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କେନ୍ଦ୍ର ଚାଷୀ ପ୍ରମୁଖ ସମସ୍ୟା ସମାଧାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ଯଶବିନ୍ଦର ସିଂହ ଗୋଲ୍ଡି, ସୁଜିତ ସ୍ବାଇଁ, ମହମ୍ମଦ ଖାଲିଦ୍, ଶ୍ରୀଚରଣ ମହାନ୍ତି, ପ୍ରକାଶ ଧଳ ପ୍ରମୁଖ ଉପସ୍ଥିତ ଥିଲେ।