ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା କ୍ଷେତ୍ରରେ ଜୋର୍ ଧରିଛି ବିଜୁ ଜନତା ଦଳର ପ୍ରଚାର। ମଙ୍ଗଳବାର ବିଧାନସଭା ପ୍ରାର୍ଥୀ ବିନୟ କୁମାର ଟପ୍ପୋ ଓ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କ ପତ୍ନୀ ମୀରା ତିର୍କି ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ନବୀନଙ୍କ ବିକାଶ ଓ ନବୀନ ଗ୍ଯାରେଣ୍ଟିର ବାର୍ତ୍ତା ନେଇ ଭୋଟରଙ୍କ ପାଖରେ ପହଞ୍ଚି ବିଜେଡିକୁ ଜିତାଇବାକୁ ଅନୁରୋଧ କରିଛନ୍ତି। ସେହିପରି ଦିଲୀପଙ୍କ ପତ୍ନୀ ମୀରା ହକିର ବିକାଶ ପରି ସୁନ୍ଦରଗଡ଼ ଜିଲ୍ଲାର ବିକାଶକୁ ଆଗକୁ ନେବା ପାଇଁ ଦିଲୀପଙ୍କୁ ଥରେ ସୁଯୋଗ ଦେବାକୁ ନିବେଦନ କରିଥିଲେ।
/sambad/media/post_attachments/wp-content/uploads/2024/05/72e47742-4120-4448-939b-aee901d5ba48.jpeg)
ବାଲିଶଙ୍କରା ବ୍ଲକର ତଳସରା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି, ତଳସରା ବସ୍ତିପଡ଼ା, ତଳସରା ଦଳିତପଡ଼ା, ପତ୍ରାଟୋଲି,ଟିକିଲିପଡ଼ା, ସକୁସପାନି, କଡୁପାନି, ଧାମନପଡ଼ାରେ ବାଲିଶଙ୍କରା ବ୍ଲକ୍ ସଭାପତି କେଶବ ରଣା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପଟେଲ, ପଞ୍ଚାୟତ ସଭାପତି ମେଘେନ୍ଦ୍ର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/b017c56e-f866-4b21-a6ba-65743735f8b3.jpeg)