ବ୍ରଜରାଜନଗର : ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା(୫୫) ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ ବିକାଶ ସୁପର ସ୍ପେସାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ଣରେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ଶ୍ରୀମତୀ ପଣ୍ଡାଙ୍କ ଫୁସ୍ପୁସ୍ ଓ ହୃତପିଣ୍ଡରେ ସମସ୍ୟା ଥିବା କୁହାଯାଉଛି। ରବିବାର ସକାଳେ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ସନ୍ଧ୍ୟାରେ ଅବସ୍ଥାରେ ଉନ୍ନତି ଆସିବାରୁ ଭେଣ୍ଟିଲେଟର୍ରୁ ବାହାର କରାଯାଇ ଆଇସିୟୁରେ ରଖାଯାଇଥିବା ମେଡିକାଲ୍ ପକ୍ଷରୁ କୁହାଯାଇଛି। ଶ୍ରୀମତୀ ପଣ୍ଡା ଲକ୍ଡାଉନ୍ ପୂର୍ବରୁ ବେଙ୍ଗାଲୁରୁରେ ଥିବା ତାଙ୍କ ପୁଅ ପାଖକୁ ଯାଇଥିଲେ। ଲକ୍ଡାଉନ୍ ଯୋଗୁଁ ସେ ସେଠାରୁ ଫେରି ପାରି ନଥିଲେ। ଜୁନ୍ ୨ ତାରିଖରେ ଝାରସୁଗୁଡ଼ା ଫେରି କ୍ବାରାଣ୍ଟିନ୍ରେ ଥିଲେ।
ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଆଇସିୟୁରେ
/sambad/media/post_attachments/wp-content/uploads/2020/07/radharani-panda-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)