ବିଜେଡିର ନୂଆ ଯୋଜନା : ବିଧାୟକଙ୍କୁ ଟାର୍ଗେଟ, ୨୨ସୁଦ୍ଧା କର ୧୫ଶହ ହ୍ଵାଟ୍ସ ଆପ୍‌ ପଞ୍ଜିକରଣ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବେଶୀ ବେଶି ଲୋକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ତେବେ ଆଜିକାଲି ସୋସିଆଲ ମିଡିଆ ଦ୍ୱାରା ବହୁ ଲୋକଙ୍କ ପାଖରେ ଅତି ଅଳ୍ପ ସମୟ ମଧ୍ୟରେ ନିଜ କଥା ପହଞ୍ଚାଇବାର ସୁଯୋଗ ଥିବାରୁ ରାଜନୈତିକ ଦଳଗୁଡ଼ିକ ଏହି ସବୁ ସାମାଜିକ ଗଣମାଧ୍ୟମକୁ ସେମାନଙ୍କ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ୨୦୧୪ ନିର୍ବାଚନରେ ସାମାଜିକ ଗଣମାଧ୍ୟମରୁ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ବେଶ୍‌ ଫାଇଦା ପାଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଏବେ ଗତ ୧୮ ବର୍ଷ ହେବ ରାଜ୍ୟ ଶାସନର ଡୋର ଧରିଥିବା ବିଜୁ ଜନତା ଦଳ ଏବେ ସେହି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଲୋକଙ୍କ ସହିତ ଯୋଡ଼ିି ହେବା ପାଇଁ ଯୋଜନା କରିଛି। ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ହ୍ଵାଟ୍‌ସଆପ୍‌ ନମ୍ବର ଜାରି କରାଯାଇ ନିଜ ନିଜ ନିର୍ବାଚନୀ ମଣ୍ଡଳିର ଅନ୍ୟୁନ ୧୫ଶହ ଲୋକଙ୍କୁ ଏହି ହ୍ଵାଟ୍ସଆପ୍‌ ନମ୍ବର ସହିତ ଯୋଡ଼ିବାକୁ ଦଳ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ଆସନ୍ତା ୨୨ ଓ ୨୩ ତାରିଖ ଦିନ ଦଳ ସଭାପତି ଏହି ଓ୍ଵାଟ୍‌ସ ଆପ୍‌ ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା ନିର୍ବାଚନମଣ୍ଡଳିଓ୍ଵାରି କରିବାକୁ ଥିବାରୁ ଜାନୁଆରି ୨୨ ତାରିଖ ସୁଦ୍ଧା ହ୍ଵାଓ ଆପ୍‌ ପଞ୍ଜିକରଣ କାର୍ଯ୍ୟ ଶେଷ କରିବାକୁ ବିଧାୟକମାନଙ୍କୁ କୁହାଯାଇଛି।

ବିଜୁ +ଜନତା ଦଳ ପକ୍ଷରୁ ରାଜ୍ୟ ସମସ୍ତ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ହ୍ଵାଟ୍‌ସ ଆପ୍‌ ନମ୍ବର ଜାରି କରାଯାଇଛି। ଏହି ନମ୍ବର ସମ୍ପୃକ୍ତ ଜିଲ୍ଲାର ବିଧାୟକମାନଙ୍କୁ ଦିଆଯାଇଛି। ବିଧାୟକମାନ ଏହି ନମ୍ବର ନିଜ ନିଜ ନିର୍ବାଚନମଣ୍ଡଳିିରେ ପ୍ରଚାର. ପ୍ରସାର କରିବାକୁ କୁହାଯାଇଛି। ସେହିପରି ନିଜ ନିଜ ନିର୍ବାଚନମଣ୍ଡଳିର ଅନ୍ୟୁନ ୧୫ଶହ ଲୋକଙ୍କୁ ଏହି ବିଜୁ ଜନତା ଦଳ ଜିଲ୍ଲା ହ୍ଵାଟ୍ସ ଆପ୍‌ ନମ୍ବର ସହିତ ଯୋଡ଼ିବାକୁ କୁହାଯାଇଛି। ନିଜ ନାମ ଏହି ହ୍ଵାଟ୍ସ ଆପ୍‌ ସହିତ ଯୋଡ଼ିବା ବେଳେ ବ୍ୟକ୍ତିି ଯେପରି ନିଜ ନାମ, ନିଜ ନିର୍ବାଚନମଣ୍ଡଳି ନାମ, ଗ୍ରାମ ପଞ୍ଚାୟତ, ଓ୍ଵାର୍ଡ ନମ୍ବର ନାମ ଉଲ୍ଲେଖ କରିବା ଜରୁରି। ଏଥିରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ହ୍ଵାଟସ ଆପ୍‌ ନମ୍ବରରେ ନିଜ ନାମ ପଞ୍ଜିକରଣ କରୁଛନ୍ତି ସେମାନେ ଯେପରି ସେମାନଙ୍କ ବିଧାନସଭା ନିର୍ବାଚନମଣ୍ଡଳି ନାମ ଲେଖନ୍ତି, ତାହା ଦେଖିବା ଜରୁରି। କାରଣ ଏହା ଦ୍ୱାରା ସମ୍ପୃକ୍ତ ବିଧାୟକଙ୍କ ନିର୍ବାଚନ ମଣ୍ଡଳିରୁ କେତେ ଲୋକ ବିଜୁ ଜନତା ଦଳ ସହିତ ଯୋଡ଼ି ହେଲେ ତାହା ଜଣାପଡ଼ିିବ ଓ ଏହା ବିଧାୟକଙ୍କ ପାରିବା ପଣିଆକୁ ପ୍ରଦର୍ଶିତ କରିବ। ଗତ ୧୧ ତାରିଖ ଦିନ ଏ ସମ୍ପର୍କିତ ନିର୍ଦେଶନାମା ବିଧାୟକମାନଙ୍କୁ ଦିଆଯାଇଛି। ଏଥିରେ ପୁଣି କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ଓ ୨୩ ତାରିଖରେ ଦୁଇ ଦିନ ଧରି ନିର୍ବାଚନମଣ୍ଡଳିଓ୍ଵାରି ହ୍ଵାଟ୍‌ସ ଆପ୍‌ ପଞ୍ଜିିକରଣ କାର୍ଯ୍ୟର ସମୀକ୍ଷା କରିବେ। ତେବେ କେଉଁ ସମୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦଷ୍ଟ ନିର୍ବାଚନମଣ୍ଡଳିର ହ୍ଵାଟସ ଆପ୍‌ ପଞ୍ଜିିକରଣ କାର୍ଯ୍ୟର ସମୀକ୍ଷା କରିବେ , ସେ ସମ୍ପର୍କରେ ବିଧାୟକମାନଙ୍କୁ ଦଳ ପକ୍ଷରୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯିବ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଦଳ ପକ୍ଷରୁ ଏ ପ୍ରକାର ଏକ ନିର୍ଦ୍ଦେଶନାମା ପାଇବା ପରେ ବିଜେଡି ବିଧାୟକମାନେ ସେମାନଙ୍କ କାର୍ଯ୍ୟକଳପ ବୃଦ୍ଧି କରି ଦେଇଛନ୍ତି। ନିଜ ନିଜ ନିର୍ବାଚନମଣ୍ଡଳିୀର ନିଜ ସମର୍ଥକମାନଙ୍କୁ ବିଜେଡି ଜିଲ୍ଲା ହ୍ଵାଟ୍ସଆପ ନମ୍ବର ସହିତ ଯୋଡ଼ିବା ପାଇଁ ବିଧାୟକମାନେ ଲାଗି ପଡ଼ିଛନ୍ତି।

Naveen Patnaik, Chief Minister of Orissa at his office in Bhubaneshwar, Orissa, India

ଯୋଜନା କରାଯାଇଛି ଯେ ବିଜେଡି ରାଜ୍ୟର ୧୪୭ଟି ନିବାଚନମଣ୍ଡଳିରୁ ନିର୍ବାଚନମଣ୍ଡଳୀଓ୍ଵାରି ୧୫ଶହ ହିସାବରେ ରାଜ୍ୟର ପ୍ରାୟ ୨ଲକ୍ଷ ୨୦ ହଜାର ଲୋକଙ୍କୁ ହ୍ଵାଟ ଆପ୍‌ ପଞ୍ଜିକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ବିଶେଷ କରି ଯୁବଗୋଷ୍ଠୀ ହ୍ଵାଟସ ଆପ୍‌ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ରହୁ ଥିବାରୁ ସେମାନଙ୍କୁ ଦଳୀୟ ନୀତି ଆଦର୍ଶ, ଦଳ ସଭାପତିଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ପାଇଁ ଏହି ହ୍ଵାଟ୍ସ ଆପ୍‌ ପଞ୍ଜିକରଣ ଯୋଜନା ବେଶ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମେ ଆମ କର୍ମୀମାନଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ ଏ ନେଇ ଅବଗତ କରୁଛୁ। ବିଜେଡି ପ୍ରତି ଯେଉଁମାନେ ଆକର୍ଷିତ ସେମାନେ ସେମାନଙ୍କ ନାମ ଏହି ହ୍ଵାଟ୍ସ ଆପ୍‌ ନମ୍ବରରେ ପଞ୍ଜିକରଣ କରି ପାରିବେ। ଯେହେତୁ ଯୁବଗୋଷ୍ଠୀ ବେଶି ହ୍ଵାଟସ୍‌ ଆପରେ ବେଶି ସକ୍ରୀୟ,ତେଣୁ ସେମାନେ ଏହି ନମ୍ବରରେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ଆମେ କର୍ମୀମାନଙ୍କ ଜରିଆରେ ବୁଝାଇଛୁ।

ସମ୍ବନ୍ଧିତ ଖବର