ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ : ବିଜେଡି ଗଠନ କଲା ଷ୍ଟିୟରିଂ କମିଟି

ନୃସିଂହ ସାହୁ ହେଲେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜେଡି ପକ୍ଷରୁ ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରତିବାଦ, ଆନ୍ଦୋଳନ ଜାରି ରହିଛି। ଉଭୟ ମହାନଦୀ ଓ ପୋଲାଭରମ୍‌ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି। କମିଟିର ସଦସ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ମନୋନୀତ କରାଯାଇଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ବିଜେଡିର ପୁରୀ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ନୃସିଂହ ଚରଣ ସାହୁ ଆଜି ମନୋନୀତ ହୋଇଛନ୍ତି। ପୂର୍ବରୁ ସାଂସଦ ପ୍ରସନ୍ନ ଏଠାରେ ପର୍ଯ୍ୟବେକ୍ଷକ ଥିଲେ। ସେହିପରି କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର