ଭୁବନେଶ୍ବର : ବିଜେଡିକୁ ୨୨ ପୂରି ୨୩ ଚାଲିବ। ସୂର୍ଯ୍ୟୋପରାଗ କାରଣରୁ ପୂର୍ବାହ୍ନ ପରିବର୍ତେ ଏଥର ଅପରାହ୍ନ ୪ଟାରେ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହେବ। ଏଥର ପ୍ରତିଷ୍ଠା ଦିବସ ଦଳ ପାଇଁ ଅନେକ ମହତ୍ତ୍ବ ରଖୁଛି।

Advertisment

ସରକାରରେ ଅନେକ ପରିବର୍ତନ ଅଣାଯାଇଛି। ଆସନ୍ତାକାଲି ଜଣାପଡିବ, ନବୀନ ଦଳୀୟସ୍ତରରେ କି ନୂଆ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି? ସରକାରଙ୍କ କେଉଁ କାର୍ଯ୍ୟକ୍ରମକୁ କର୍ମୀଙ୍କ ପାଖରେ ପହଞ୍ଚାଇବା ଲାଗି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ ଇସାରା ଦେଉଛନ୍ତି?

୨୦୧୮ ମସିହାରେ ବିଜେଡି କେନ୍ଦ୍ର ସଂପର୍କରେ ଯେଉଁ ଆଭିମୁଖ୍ୟ ରଖିଥିଲା, ତାହା ବଦଳିଛି ନା ସ୍ଥିର ରହିଛି, ତାହା ଆସନ୍ତାକାଲି ସଭାରେ ସଙ୍କେତ ମିଳିପାରେ। ସର୍ବୋପରି ବିଜେପି ଓ କଂଗ୍ରେସ ମଧ୍ୟ ସେମାନଙ୍କ ସାଂଗଠନିକ ପତିଆରା ବିସ୍ତାର କରୁଛନ୍ତି। ଏଣୁ ନିଜ ଆଡକୁ ଅଧିକ ସଂଖ୍ୟକ କର୍ମୀଙ୍କୁ ଟାଣିବା ଲାଗି ନବୀନ କି କି ନୂଆ ଘୋଷଣା କରୁଛନ୍ତି, ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି। ନବୀନ ନିର୍ବାଚନ ପୂର୍ବରୁ ସାଂଗଠନିକ ସଂପାଦକ ଓ ମୁଖ୍ୟାଳୟ ସଂପାଦକ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ସୃଷ୍ଟି କରିଛନ୍ତି। କ୍ୟାଡର ଭିତ୍ତିକ ଦଳ ଗଠନ କରିବା ଲାଗି ପୂର୍ବତନ ସାଂସଦ ପ୍ୟାରୀେମାହନ ମହାପାତ୍ର ବାରମ୍ବାର କହିଥିଲେ। ଏହା କିନ୍ତୁ ଭାଷଣରେ ରହିଯାଇଥିଲା। ଏବେ ବିନା ଘୋଷଣା ବା କୋଳାହଳରେ ଦଳକୁ ସେହି ରାସ୍ତାରେ ଆଗେଇ ନେଇଯାଇଛନ୍ତି ସୁପ୍ରିମୋ।

publive-image

ବିଜେଡି ନେତାଙ୍କର କହିବା କଥା ହେଉଛି, ଦଳ ଏଥର ଏକ କୋଟି ଲୋକଙ୍କୁ ନିଜ ସହିତ ପ୍ରତ୍ୟକ୍ଷ ଭାବେ ଯୋଡିବାକୁ ଚାହୁଁଛି। ସେମାନଙ୍କର ଡାଟା ବେସ ରଖାଯିବ। ସ୍ଥାନୀୟ ନେତା ନୁହେଁ, ବରଂ ଶୀର୍ଷସ୍ତର ସହିତ ଏସବୁ କର୍ମୀ ସିଧାସଳଖ ଯୋଡିହେବେ। ବିଜେଡି କର୍ମୀଙ୍କ ସହିତ ନେତାଙ୍କ ସଂପର୍କକୁ ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ସୂତ୍ର ଏକକାଳୀନ ପ୍ରୟୋଗ କରିବାକୁ ଯାଉଛନ୍ତି, ଏମିତି ଆଭାସ ମିଳୁଛି। ଆଉ ସ୍ଥାନୀୟ ନେତା ନୁହେଁ, ବରଂ ନବୀନ ନିବାସ ବା ବିେଜଡି କାର୍ଯ୍ୟାଳୟରୁ ଯେଉଁ ନିର୍ଦେଶ ଦିଆଯିବ, ତାହା ପ୍ରସ୍ତୁତ ହୋଇଥିବା ଡାଟା ବେସ ଜରିଆରେ ସିଧାସଳଖ କର୍ମୀଙ୍କ ପାଖରେ ପହଞ୍ଚିବାକୁ ଦଳ ଯୋଜନା କରୁଛି।

ଦ୍ବିତୀୟତଃ, ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବରକୁ ବିଶ୍ବାସ କରାଗଲେ, ଦଳର ଭଲ କାମରେ ଯେମିତି କର୍ମୀ ସାମିଲ ହେଉଛନ୍ତି, ସେମିତି କର୍ମୀଙ୍କ ଖରାପ ସମୟରେ ବି ନବୀନ ତାଙ୍କ ପାଖରେ ଠିଆ ହେବେ। ଆସନ୍ତାକାଲି କିମ୍ବା ଯେ କୌଣସି ସମୟରେ ନବୀନ ସେମାନଙ୍କ ପାଇଁ ବୀମା ଘୋଷଣା କରିପାରନ୍ତି। ଅର୍ଥାତ୍ ବିଜେଡି କର୍ମୀଙ୍କୁ ବୀମା ଭୁକ୍ତ କରାଯିବ। ଏଭଳି ଅନେକ ବଡ଼ ଘୋଷଣା କରିବାକୁ ଯୋଜନା ଚାଲିଛି।

ପଞ୍ଚମ ଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ତାଙ୍କର ଦୃଷ୍ଟିଭଙ୍ଗୀ ବଦଳାଇଛନ୍ତି। ସ୍ବଚ୍ଛତା, ଉତ୍ତରଦାୟିତ୍ବ ଓ ସମୟ ଭିତ୍ତିକ ପ୍ରଦର୍ଶନ ଆଦି ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଏମିତି ଯେ ଲୋକେ େଯମିତି ଅନୁଭବ କରିେବ, ରାଜ୍ୟରେ ‘ମୋ ସରକାର’ ଚାଲିଛି। ଏବେ ଦଳୀୟ କର୍ମୀଙ୍କ ପାଳି। ଦଳ ଲାଗି ନବୀନଙ୍କ ଫର୍ମୁଲାଟି କଣ, ତାହା ଆସନ୍ତାକାଲି ନବୀନ ଘୋଷଣା କରିବାର ସମ୍ଭାବନା ଅଧିକ।

ସବୁଠାରୁ ବଡ଼ କଥା ହେଲା, ଠିକ୍ ବର୍ଷକ ତଳେ ବିଜେଡି ଜନ୍ମଦିନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ସାମ୍ନାରେ ଏକ ବଡ଼ ଦାବି ରଖି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲେ। ସେଦିନ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଥିଲା ଏମିତି। ‘ ବିଜୁ ବାବୁ ଠିକ୍ କହିଥିଲେ। େମାତେ ଆର୍ଥିକ ସ୍ବାୟତ୍ତତା ଦିଅ। ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢିତୋଳିବି। ବିଜୁ ବାବୁଙ୍କ ସହିତ ମୁଁ ଏକମତ। ମୋତେ ଆର୍ଥିକ ସ୍ବାୟତ୍ତତା ଦିଅ। େମାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, େମାର େକନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। େମାର ଆର୍ଥିକ ସ୍ବାୟତ୍ତତା ଦରକାର। ଓଡ଼ିଶା ଟଙ୍କାରେ ମୁଁ ଓଡ଼ିଶାବାସୀଙ୍କର ଉନ୍ନତି କରିବି।’

publive-image bjd

ଇତିମଧ୍ୟରେ ଗୋଟିଏ ବର୍ଷ ବିତିଛି। କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସଂପର୍କ ବଢିଛି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏମିତି ସହଯୋଗ ହାତ ବଢାଇଛନ୍ତି ଯେ ମନେ ରଖିବା ଭଳି। ଭୀଷଣ ବାତ୍ୟା ଫନି କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ଅର୍ଥ ପ୍ରଦାନ କରିଥିଲେ। ହେଲେ ସେଦିନ ନବୀନ ଯେଉଁ ସବୁ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଥିଲେ, େସସବୁ ଆଜି ବି ସେମିତି ରହିଛି। କୌଣସି ଗୋଟିଏ ବି କଥାକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି। ନିର୍ବାଚନ ପରେ ବିଜେଡି ସ୍ବର ଏ ଦିଗରେ ସେଭଳି ପ୍ରଚଣ୍ଡ ନାହିଁ, ଯେମିତି ପୂର୍ବରୁ ଥିଲା।

୨୦୧୫ରୁ େକାଇଲା ରୟାଲିଟିକୁ ସେଂଶାଧନ କରାଯାଇନାହିଁ। ୫ମିନିଟରେ ଏହି ନିଷ୍ପତ୍ତି େହାଇପାରିବ େବାଲି ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ଏଯାଏ ହୋଇନାହିଁ। ରାଜ୍ୟ ହଜାର ହଜାର େକାଟି ହରାଉଛି। କ୍ଲିନ୍ ଏନର୍ଜି େସସ୍ ବସାଇଲେ। ଭାରତ ସରକାର ହଜାର ହଜାର େକାଟି ପାଇଛନ୍ତି। ଓଡ଼ିଶା ଶୂନ। ମହାନଦୀ େକାଲ୍ଡ ଫିଲ୍ଡ ଲିମିଟେଡ୍ ପ୍ରତି ବର୍ଷ ୨୦ ହଜାର େକାଟି ଟଙ୍କା ଲାଭ କରୁଛି। ଓଡ଼ିଶାବାସୀଙ୍କୁ ମିଳୁଛି କେବଳ ପ୍ରଦୂଷଣ। ଓଡ଼ିଶାରୁ େରଳବାଇ ବର୍ଷକୁ ପାଉଛି ୨୦ ହଜାର େକାଟି ଟଙ୍କା। ଓଡ଼ିଶାର େରଳ ବଜେଟ୍ ଖର୍ଚ୍ଚ ମାତ୍ର ୨ ହଜାର େକାଟି ଟଙ୍କା। କେବଳ ସେତିକି ନୁହେଁ, ପିଆଜ, ଆଳୁ, ତୈଳ ଦର ନିୟନ୍ତ୍ରଣ ବାହାରେ। ଏମିତି ଅନେକ ପ୍ରସଙ୍ଗ ରହିଛି। ହଲେ ଓଡ଼ିଶାବାସୀଙ୍କ ହକ୍, ସ୍ବାଭିମାନ ପାଇଁ ଏସବୁ ନେଇ ଆଉ ଆନ୍ଦୋଳନ ନାହିଁ।