ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଶୋଭାଯାତ୍ରା: ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ୩୦ ନମ୍ବର ଜୋନ୍‌ର ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ସସ୍ମିତା ପତି ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ଏକ ଶୋଭାଯାତ୍ରାରେ ଯାଇଥିଲେ। ତାଙ୍କ ସହ ବହୁ ସମର୍ଥକ ଓ ବିଜେପି ନେତା ସାମିଲ ହୋଇଥିଲେ। ଏହାର ପ୍ରତିବାଦ କରିଛି ବିଜେଡି। ଆଜି ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନର୍‌ଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲ ‌ବେଳେ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୫ ଜଣ ରହିପାରିବେ ବୋଲି ନିର୍ବାଚନ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ଶତାଧିକ ଲୋକଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିବା ଦ୍ବାରା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଛି। ତେଣୁ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର