ଭୁବନେଶ୍ବର : ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବି‌େଜଡିର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ୱାରା ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରାଯାଇଛି ବୋଲି ବି‌େଜପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି।

Advertisment

ଶ୍ରୀମତୀ ସାହୁ କହିଛନ୍ତି ଯେ କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରେ ତାଙ୍କ କାର୍ଯ୍ୟାଳୟର ସଂପୃକ୍ତି ବିଷୟରେ ଓଡ଼ିଶାବାସୀଙ୍କୁ ଅଛପା ନାହିଁ। ସେହିପରି ୧୧୧ ଜଣ ବିଜେଡି ନେତା ଓ ମନ୍ତ୍ରୀଙ୍କ ବିରୋଧରେ ୧୭୪ଟି କେସ୍ ରହିଛି। ୪୦ ଜଣ ବିଜେଡି ବିଧାୟକଙ୍କ ଉପରେ ଅପରାଧିକ ମାମଲା, ୬ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ, ୨ ଜଣଙ୍କ ବିରୋଧରେ ଡକାୟତି, ୯ ଜଣଙ୍କ ବିରୋଧରେ ଚୋରି, ୪ ଜଣଙ୍କ ବିରୋଧରେ ଲାଞ୍ଚ ନେବା, ୨୮ ଜଣଙ୍କ ବିରୋଧରେ ଧମକ ଦେବା, ୫ଜଣଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣ, ଜଣଙ୍କ ବିରୋଧରେ ବଳାତ୍କାର, ୪ଜଣଙ୍କ ବିରୋଧରେ ଅପହରଣ ଭଳି ସଙ୍ଗିନ ଅଭିଯୋଗ ରହିଛି। କାହାକୁ ଆକ୍ଷେପ କରିବା ପୂର୍ବରୁ ବିଜେଡି ନେତାମାନେ ନିଜ ଦଳର ନେତା ଓ ମନ୍ତ୍ରୀଙ୍କ ବିଷୟରେ ଜାଣିବା ଉଚିତ୍ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ତ୍ବେ ବିଧାନସଭାକୁ ଆସି ନିଜ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରୁଛନ୍ତି। ହେଲେ ଦଳୀୟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ କାହିଁକି କୁଣ୍ଠାବୋଧ କରୁଛନ୍ତି?