ଭୁବନେଶ୍ବର : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ପୁଲିସର ତଦନ୍ତ ପ୍ରକ୍ରିୟା ଏବଂ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ ନେଇ ପ୍ରଶ୍ନ ଉଠାଇବା ପରେ ବିଜେଡି ପ୍ୟାନେଲିଷ୍ଟ ଇପ୍ସିତା ସାହୁ ଏହାର ଜବାବ୍ ରଖିଛନ୍ତି।

Advertisment

ସେ କହିଛନ୍ତି ଯେ ଲେଖାଶ୍ରୀଙ୍କର ପୁଲିସ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ନାହିଁ ବୋଲି ଜଣାଇଦେଇଛନ୍ତି। ସେ ବୋଧହୁଏ ପୁଲିସ ଅଧିକାରୀ ହେବାକୁ ଚାହୁଁଥିଲେ, ହୋଇପାରିନାହାନ୍ତି। ଯେଉଁଥିପାଇଁ ସେ ଏବେ ନିଜର ପିଲାଦିନର ସ୍ବପ୍ନ ପୂରଣ ପାଇଁ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଅଧିକାରୀଙ୍କ ଭଳି ଅଭିନୟ କରୁଛନ୍ତି ଏବଂ ଭିତ୍ତିହୀନ କଥା କହୁଛନ୍ତି। ଆମେ ଏବେବି କହୁଛୁ ଯେ, ଯଦି ତାଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ କୋର୍ଟରେ ତାହାକୁ ଦାଖଲ କରନ୍ତୁ। କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ।