ବାଲେଶ୍ବର: ୧୧ଟି ଜୋନରେ ବିଜେଡି, ଦୁଇଟିରେ ବିଜେପି ଆଗୁଆ

ମୟୂରଭଞ୍ଜରେ ୨୬ରୁ ୨୪ ଜୋନ୍‌ରେ ବିଜେଡି ଆଗୁଆ

ବାଲେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ବାଲେଶ୍ବର ଜିଲ୍ଲାର ୧୩ଟି ଜୋନ୍ ପାଇଁ ଗଣତି ଚାଲିଥିବା ବେଳେ ୧୧ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୨ଟି ଜୋନରେ ବିଜେପି ଆଗରେ ରହିଛି। କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

ନୀଳଗିରି ନିର୍ବାଚନମଣ୍ଡଳୀ ଔପଦା ବ୍ଲକ୍ ୧ନମ୍ବର ଜୋନରେ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥିନୀ ମୁନି ସିଂ ୨୪୦୨ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ଖଇରା ୩ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ପ୍ରସାଦ ଦାସ ୧୧,୩୬୦ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବା ସୂଚନା ମିଳିଛି। ଜଳେଶ୍ବର ନିର୍ବାଚନମଣ୍ଡଳୀ ୭ନଂ ଜୋନରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ତୁଳସୀ କିସ୍କୁ ସପ୍ତମ ରାଉଣ୍ଡ ସୁଦ୍ଧା ୯୮୪୭ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି। ନୀଳଗିରି ୧୧ନଂ ଜୋନରେ ବିଜେଡି ପ୍ରାର୍ଥିନୀ ସୁବର୍ଣ୍ଣମଞ୍ଜରୀ ସିଂ ଅଷ୍ଟମ ରାଉଣ୍ଡ ସୁଦ୍ଧା ୭୮୧୮ଟି ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ଥିବା ଜଣାଯାଇଛି। ବସ୍ତା ନିର୍ବାଚନମଣ୍ଡଳୀ ୧୪ ନଂ ଜୋନରେ ୬ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥିନୀ ବିଷ୍ଣୁପ୍ରିୟା ବୁଗୁଡ଼ି ୬୪୬୦ଟି ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି।

ସୋର ନିର୍ବାଚନମଣ୍ଡଳୀ ବାହାନଗା ୧୮ନଂ ଜୋନରେ ବିଜେଡି ପ୍ରାର୍ଥୀ ନୀଳାମ୍ବର ମହାଳିକ ୮୦୩୧ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି। ବସ୍ତା ନିର୍ବାଚନମଣ୍ଡଳୀ ବାଲିଆପାଳ ୨୧ନଂ ଜୋନରେ ବିଜେଡି ପ୍ରାର୍ଥିନୀ କାଞ୍ଚନବାଳା ଜେନା ୭ ରାଉଣ୍ଡ ଗଣତି ସୁଦ୍ଧା ୮୪୯୪ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ୨୫ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଗୟାଧର ବେହେରା ୮୭୧୦ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବା ଜଣାପଡ଼ିଛି। ଭୋଗରାଇ ୩୦ ନଂ ଜୋନରେ ଗିରୀଶ ଦତ୍ତ ୫୧୧୪ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବା ବେଳେ ୩୧ ନଂ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଦମୟନ୍ତୀ ସାହୁ ୫୬୫୩ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଥିବା ସୂଚନା ମିଳିଛି। ରେମୁଣା ନିର୍ବାଚନମଣ୍ଡଳୀ ୩୬ନଂ ଜୋନରେ ବିଜେଡି ପ୍ରାର୍ଥୀ ୭୯୬୬ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ୪୦ନଂ ଜୋନରେ ବିଜେଡି ପ୍ରାର୍ଥୀ କ୍ଷିତୀଶ ମହାନ୍ତି ବିଜେପି ପ୍ରାର୍ଥୀଙ୍କ ଠାରୁ ୪ଶହରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସେହିପରି ସୋର ନିର୍ବାଚନମଣ୍ଡଳୀ ୪୩ ନଂ ଜୋନରେ ବିଜେଡି ପ୍ରାର୍ଥିନୀ ରେବତୀ ନାୟକ ୧୦୫୫୨ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିବା ଜଣାଯାଇଛି।

ମୟୂରଭଞ୍ଜରେ ୨୬ରୁ ୨୪ ଜୋନ୍‌ରେ ବିଜେଡି ଆଗୁଆ

ବାରିପଦା : ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାରଠୁ ଭୋଟ୍‌ଗଣତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ୍ ୫୬ ଜିଲ୍ଲା ପରିଷଦ ଜୋନ୍‌ରୁ ଶନିବାର ପ୍ରଥମ ପର୍ଯ୍ୟାୟରେ ୨୬ଟିରେ ଜୋନ୍‌ରେ ଗଣତି ଚାଲିଛି। ଖବର ଲେଖାହେବା ସୁଦ୍ଧା ୨୬ରୁ ୨୪ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି। ବିଜେପି ସବୁ ଜୋନ୍‌ରେ ପଛୁଆ ରହିଥିବା ବେଳେ ଜେଏମଏମ ୨ଟିରେ ବିଜେଡିକୁ କଡ଼ା ଟକ୍କର ଦେଇ ପ୍ରଥମ ସ୍ଥାନରେ ରହିଛି। ତେବେ ରାତି ୧୦ଟା ସୁଦ୍ଧା ଅନେକ ଜୋନ୍‌ରେ ୮-୯ ପର୍ଯ୍ୟାୟ ଗଣତି ବାକି ଥିବାବେଳେ ଗଣତି ସରିବାକୁ ବିଳମ୍ବିତ ରାତି ହୋଇଯିବ। ତେବେ ଏ ଯାଏ ଯେଉଁ ଟ୍ରେଣ୍ଡ ଚାଲିଛି ତାହା ଜାରି ରହିଲେ ମୟୂରଭଞ୍ଜ ଜିଲ୍ଲା ପରିଷଦ ବିଜେଡି ଦଖଲକୁ ଯିବା ନିଶ୍ଚିତ। ଯଦି ଏଭଳି ହୁଏ ତାହେଲେ ଗତଥର କ୍ଲିନ୍ ସୁଇପ୍ କରି ପରିଷଦ ଗଠନ କରିଥିବା ବିଜେପିକୁ ଶକ୍ତ ଧକ୍କା ଲାଗିବ।

ସମ୍ବନ୍ଧିତ ଖବର