ଯାଜପୁର/କେନ୍ଦୁଝର : ଯାଜପୁର ଜିଲ୍ଲାର ଆଜି ଗଣତି ହେଉଥିବା ସମସ୍ତ ୧୦ ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ୧୩ଟି ଜୋନ୍ ମଧ୍ୟରୁ ୧୨ଟିରେ ବିଜେଡି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଯାଜପୁରରେ ବିଜେପି ଖାତା ଖୋଲି ନପାରିବା ଯୋଗୁଁ ଦଳର ଜିଲ୍ଲା ସଭାପତି ଗୌତମ ରାୟଙ୍କୁ ଝଟ୍କା ଲାଗିଛି। କେନ୍ଦୁଝର ଜିଲ୍ଲାର କେବଳ ତେଲକୋଇ ବ୍ଲକ୍ ୧୯ ନମ୍ବର ଜୋନ୍ରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଛଇଳବାଳା ନାୟକ ୧୩୩୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଅନ୍ୟସବୁ ଆସନରେ ବିଜେପି ପଛରେ ପଡିଯାଇଛି।
ଶନିବାର ଦିନ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ର ୧୦ଟି ଜୋନ୍ରେ ଭୋଟଗଣତି ହୋଇଛି। ଯାଜପୁର ୨୯ ନମ୍ବର ଜୋନ୍ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗରେ ରହିଥିଲେ ବେଳେ ଦଶରଥପୁର ୪ନମ୍ବର ଜୋନ୍ରେ ବିଜେଡିର ପାର୍ଥସାରଥି ମହାପାତ୍ର ଆଗୁଆ ଅଛନ୍ତି। ସୁକିନ୍ଦା ବ୍ଲକ ୩୭ ନମ୍ବର ଜୋନ୍ରେ ବିଜେଡିର ଜେମା ଚାଖି,କୋରେଇ ୧ ନମ୍ବର ଜୋନ୍ରେ ବିଜେଡିର ସସ୍ମିତା ତରାଇ , ବିଂଝାରପୁର ୨୫ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଅହଲ୍ୟା ସ୍ବାଇଁ , ବରୀ ୨୧ ନମ୍ବର ଜୋନ୍ରେ ବିଜେଡିର ଅଶୋକ କୁମାର ସାମଲ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ରହିଛନ୍ତି। ରସୁଲପୁର ୩୩ ନମ୍ବର ଜୋନ୍ରେ ବିଜେଡିର ଶିଶିର କୁମାର ମହାନ୍ତି, ବଡ଼ଚଣା ୧୬ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ପ୍ରସାଦ ନାୟକ , ଦାନଗଦୀ ୮ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସ୍ମୃତିରାଣୀ ରାଉତ , ଧର୍ମଶାଳା ୧୧ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ଭୂଷଣ ସାହୁ ଆଗୁଆ ଅଛନ୍ତି।
ସେହିପରି କେନ୍ଦୁଝର ଜିଲ୍ଲା ମୋଟ ୧୩ଟି ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଗଣତି ହୋଇଥିବା ବେଳେ ୧୨ଟି ଜୋନ୍ରେ ବିଜେଡି ଆଗୁଆ ଥିବାବେଳେ କେବଳ ତେଲକୋଇ ବ୍ଲକ୍ରେ ୧୯ ନମ୍ବର ଜୋନ୍ରେ ବିଜେପି ଆଗୁଆ ଅଛି।
ଆନନ୍ଦପୁର ବ୍ଲକ୍ର ଜୋନ୍ ୧ରେ ବିଜେଡି ପ୍ରାର୍ଥୀ ଟୁନି ରଣା ଆଗୁଆ ଅଛନ୍ତି। ବାଂଶପାଳ ବ୍ଲକ୍ ଜୋନ୍ ୨୪ରେ ବିଜେଡି ପ୍ରାର୍ଥୀ ଶାନ୍ତିଲତା ରଣା, ଚମ୍ପୁଆ ଜୋନ୍ ୧୩ରେ ବିଜେଡି ପ୍ରାର୍ଥୀ ଉଦୟ ନାଏକ , ଘସିପୁରା ବ୍ଲକ୍ ଜୋନ୍ ୧୦ରେ ବିଜେଡି ପ୍ରାର୍ଥୀ ମଧୁସ୍ମିତା ଦାସ , ଘଟଗାଁ ବ୍ଲକ୍ ୭ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଯାଜ୍ଞସେନୀ ମହାନ୍ତ , ହରିଚନ୍ଦନପୁର ବ୍ଲକ୍ର ୩୧ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସାଗରିକା ସାହୁ ଆଗରେ ଅଛନ୍ତି। ବିଜେଡି ପ୍ରାର୍ଥୀ ସୋମନାଥ ଦାସ ହାଟଡିହି ବ୍ଲକ୍ର ଜୋନ୍ ୩୪ରେ ଆଗରେ ଅଛନ୍ତି। ଝୁମ୍ପୁରା ବ୍ଲକ୍ର ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ କ୍ଷୀରୋଦିନୀ ମହାକୁଡ଼ , ଯୋଡ଼ା ବ୍ଲକ୍ର ୨୬ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଶଶିକାନ୍ତ ଖିଲାର , କେନ୍ଦୁଝର ସଦର ବ୍ଲକ୍ର ୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଲୀଳାବତି ମହାନ୍ତ ଆଗୁଆ ଅଛନ୍ତି। ଯାହାଦ୍ବାରା ବିଜେପିର ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ଏଠାରେ ଝଟ୍କା ଲାଗିଛି। ପାଟଣା ବ୍ଲକ୍ ଜୋନ୍ ୨୧ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ନାଏକ, ସାହାରପଡ଼ା ବ୍ଲକ୍ର ୨୯ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ବୁଦ୍ଧଦେବ ମହାକୁଡ଼ ଆଗରେ ଥିବା ବେଳେ ଏକମାତ୍ର ତେଲକୋଇ ବ୍ଲକ୍ର ୧୯ ନମ୍ବର ଜୋନ୍ରେ ବିଜେପି ପ୍ରାର୍ଥୀ ଛଇଳବାଳା ନାୟକ ବିଜେଡି ପ୍ରାର୍ଥୀ ଶାନ୍ତିପ୍ରିୟା ନାୟକଙ୍କ ଠାରୁ ଆଗରେ ରହିଛନ୍ତି।