ମାଲକାନଗିରିରେ ୫ ରାଉଣ୍ଡ ସୁଦ୍ଧା ୭ଟିଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୭ଟି ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରେ ‌ଭୋଟ ଗଣତି ଜାରି ରହିଛି। ଏବେ ସୁଦ୍ଧା ବିଜେଡି ସମସ୍ତ ବ୍ଲକରେ ଆଗୁଆ ଚାଲିଛି। ଦ୍ଵିତୀୟ ସ୍ଥାନରେ ବିଜେପି ରହିଛି। କଂଗ୍ରେସ ଶେଷରେ ରହିଛି। ଗତ ନିର୍ବାଚନରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିବା ବେଳେ ଏଥର ପଛେଇ ଯାଇଛି। ତେବେ ଆଗକୁ ଆହୁରି ଅନେକ ରାଉଣ୍ଡ ଥିବାରୁ କିଛି ବି ଘଟିବାର ସମ୍ଭାବନା ରହିଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ସୁରୁଖୁରୁରେ ଗଣତି ଚାଲିଛି।

ସମ୍ବନ୍ଧିତ ଖବର