ଅମର ପଟ୍ଟନାୟକ ହେଲେ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ

ଭୁବନେଶ୍ବର : ବିଜୁ ଜନତା ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ ଆଜି ବିଜେଡି ଆଇଟି ସେଲ୍ ଗଠନ ହୋଇଛି। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ସେହିପରି ଏହି ସେଲ୍‌ର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ‌େଶ୍ବତା ସ୍ନିଗ୍ଧା ମିଶ୍ର ଏବଂ ପ୍ରସନଜିତ୍‌ ପତିଙ୍କୁ ଶ୍ରୀ ପଟ୍ଟନାୟକ ମନୋନୀତ କରିଛନ୍ତି।

ସମ୍ବନ୍ଧିତ ଖବର