ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇଟି ସେଲ୍‌ କର୍ମକର୍ତା

ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କୁ ବିଜେଡିର ନବଗଠିତ ଆଇଟି ସାମ୍ମୁଖ୍ୟ କର୍ମକର୍ତାମାନେ ସାକ୍ଷାତ କରି ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଦଳର ଆଭିମୁଖ୍ୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ସୋସିଆଲ୍‌ ମିଡିଆ ଯୋଗେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଆଇଟି ସେଲ୍‌ ମୁଖ୍ୟ ଡ. ଅମର ପଟ୍ଟନାୟକ, ସଭ୍ୟା ସଭ୍ୟ ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରୀ, ରାଣାପ୍ରତାପ ପାତ୍ର, ପ୍ରସେନ୍‌ଜିତ୍‌ ପତି, ଡ. ସସ୍ମିତ ପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର