ଭଦ୍ରକ: ବିଷ୍ଣୁଙ୍କ ଗଡ଼ରେ ବିଜେଡି ଆଗୁଆ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୭ଟି ଜିଲ୍ଲାପରିଷଦ ଜୋନ ଓ ୫୩ଟି ପଞ୍ଚାୟତରେ ଆଜି ଭୋଟ ଗଣତି ହେଉଛି। ୭ଟି ଜିଲ୍ଲାପରି‌ଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ୪ର୍ଥ ରାଉଣ୍ଡ ଶେ‌ଷ ସୁଦ୍ଧା ଭଦ୍ରକ ଜିଲ୍ଲା ପରିଷଦ ଜୋନ ୨୫ରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ବିଜେପି ପ୍ରାର୍ଥୀ ପ୍ରଜ୍ଞାପାରମିତାଙ୍କ ଠାରୁ ୭ଶହରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ସଞ୍ଜୀବ ମଲ୍ଲିକ। ତୃତୀୟ ରାଉଣ୍ଡ ଶେ‌ଷ ସୁଦ୍ଧା ଚାନ୍ଦବାଲିର ଜିଲ୍ଲାପରିଷଦ ‌ଜୋନ ୧‌ରେ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକଶ ନାୟକ ବିଜେପିର ସୁରେଶ ସାହୁଙ୍କ ଠାରୁ ୩୪୪୬ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ‌ଏଠାରେ ବିଧାୟକ ରହିଛନ୍ତି ବିଜେଡିର ଡ. ବ୍ୟୋମେକେଶ ରାୟ।

ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୬ ନଂ ଜୋନରେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ନନ୍ଦ(ପାଣିଗ୍ରାହୀ)ଙ୍କ ଠାରୁ ୪୩୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ୪ର୍ଥ ରାଉଣ୍ଡ ଶେ‌ଷ ସୁଦ୍ଧା ଧାମନଗର ଜିଲ୍ଲା ପରି‌ଷଦ ଜୋନ ୧୦ରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ବାଳ ବିଜେପି ପ୍ରାର୍ଥୀ ରଞ୍ଜିତା ସ୍ବାଇଁଙ୍କ ଠାରୁ ୯୩୫ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକର ଜୋନ ୧୪‌ରେ ବିଜେଡି ପ୍ରାର୍ଥୀ ରୁନିତା ଦାସ ବିଜେପି ପ୍ରାର୍ଥୀ ଦମୟନ୍ତୀ ଜେନାଙ୍କ ଠାରୁ ୨ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ। ୩ ରାଉଣ୍ଡ ଚାଲିଥିବା ବେଳେ ବାସୁଦେବପୁର ନିର୍ବାଚମଣ୍ଡଳୀ ୭ନଂ ଜୋନରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ ବିଜେପି ପ୍ରାର୍ଥୀ ସନ୍ଧ୍ୟାରାଣୀ ଜେନାଙ୍କ ଠାରୁ ହଜାରେ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ବିଷ୍ଣୁବ୍ରତ ରାଉତରାୟ। ୪ର୍ଥ ରାଉଣ୍ଡ ଚାଲିଥିବା ବେଳେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଭଣ୍ଡାରିପୋଖରୀ ବ୍ଲକର ୨୨ନଂ ଜୋନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ରାଉତ କଂଗ୍ରେସର ରମେଶ ଭାରତୀଙ୍କ ଠାରୁ ହଜାରେ ଭୋଟରେ ଆଗୁଆ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ସ୍ବରାଜ ମହାପାତ୍ରଙ୍କ ତୃତୀୟ ସ୍ଥାନରେ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ତଥ୍ୟ ଅନୁଯାୟୀ ୭ଟି ବ୍ଲକରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀମାନେ ଅନ୍ୟ ଦଳ ଠାରୁ ଆଗୁଆ ରହିଥିବା ସୂଚନା ମିଳିଛି। ବିଶେଷ କରି ଭଦ୍ରକ ବ୍ଲକରେ ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ କିଛି କିଛି ପଞ୍ଚାୟତରେ ମେଣ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଧାମନଗର ବ୍ଲକରେ ବିଜେଡି ଓ ବିଜେପି ସମର୍ଥିତ ସରମଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମଧ୍ୟରେ କଡା ମୁକାବିଲା ହେଉଛି। ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ କଂଗ୍ରେସ ବିଜେଡି ଓ ବିଜେପି ମଧ୍ୟରେ ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ ଆଗପଛ ହୋଇ କଡା ଟକ୍କର ହେଉଛି। ଧାମନଗର ନିବାଚନମଣ୍ଡଳୀରେ ବିଜେଡି ବିଜେପି ଓ ଚାନ୍ଦବାଲିରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। ବାସୁଦେବପୁରରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି।

ସମ୍ବନ୍ଧିତ ଖବର