ଗଜପତିରେ ଦ୍ବିତୀୟ ଦିନ ଗଣତି ଜାରି: ୪ଟି‌ ଜୋନ୍‌ରେ ବିଜେଡି; କଂଗ୍ରେସ-ବିଜେପି ଗୋଟିଏ ଲେଖାଏଁ ଆଗରେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ୬ଟି ଜିିଲ୍ଲା ପରିଷଦ ଜୋନ୍‌ରେ ଆଜି ଭୋଟ ଗଣତିି ଜାରି ରହିଛି। ଅପରାହ୍‌ଣ ୨ଟା ସୁଦ୍ଧା ବିଜେଡି ୫ଟି ଜୋନ୍‌ରେ ଆଗୁଆ ରହିଛି। କଂଗ୍ରେସ ଗୋଟିଏ ଜୋନ୍‌ରେ ଆଗୁଆ ଥିବା ଜଣାଯାାଇଛି। ଗଣତିର ଦ୍ବିତୀୟ ଦିନରେ ସାତୋଟି ବ୍ଳକର ସମୁଦାୟ ୬ଟି ଜୋନ୍‌ରେ ଗଣତି ଚାଲିଛି। ଗତକାଲି ୭ଟି ଜୋନ୍‌ର ଗଣତିର ଫଳାଫଳ ଆସି ସାରିଛି। ଏଥିରୁ ୫ଟିିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ବିଜୟ ହାସଲ କରିଛି। ଫେବ୍ରୁଆରି ୨୮ ତାରିଖରେ ଗୋଟିଏ ଜୋନ୍‌ରେ ଗଣତି କାର୍ଯ୍ୟକ୍ରମ ରହିଛି ।

ବ୍ଳକ : କାଶୀନଗର ୨ ନମ୍ବର ଜୋନ୍‌
ବିଜେପି : ଏନ୍‌ କୋଟେଶ୍ବର ରାଓ – ୫୭୮୧
ବିଜେଡି : ଜି ତିରୁପତି ରାଓ – ୭୦୦୮
କଂଗ୍ରେସ : ଗାସିନି ଗମାଙ୍ଗ – ୩୬୫
ବିଜେଡି ୧୨୨୭ ଭୋଟରେ ଆଗୁଆ

ବ୍ଳକ : ଗୁମ୍ମା ୪ ନମ୍ବର ଜୋନ୍‌
ବିଜେପି : ବାସନ୍ତୀ ଶବର – ୬୬୪
ବିଜେଡି : ସନ୍ଧ୍ୟା ଶବର – ୩୦୫୯
କଂଗ୍ରେସ : ଗୀତାଞ୍ଜଳି ଭୁୟାଁ – ୩୬୪୮
କଂଗ୍ରେସ ୫୮୯ ଭୋଟରେ ଆଗୁଆ

ବ୍ଳକ: ଗୋଷାଣୀ ୭ ନମ୍ବର ଜୋନ୍‌
ବିଜେପି : ଜେ ଭାରତୀ ଆମା – ୪୨୫୯
ବିଜେଡି : ପି ଲିଳାବତି – ୪୯୫୧
କଂଗ୍ରେସ : କାଳନ୍ଦୀ ମିଶାଲ – ୩୨୩
ବିଜେଡି ୬୯୨ ଭୋଟରେ ଆଗୁଆ

ବ୍ଳକ : ମୋହନା ୯ ନମ୍ବର ଜୋନ୍‌
ବିଜେପି : ସସ୍ମିତା ମଳିକ – ୨୭୦୧
ବିଜେଡି : ଚନ୍ଦ୍ର ମଳିକ – ୬୬୭୩
କଂଗ୍ରେସ : ରାଜିବ ମଳିକ – ୩୮୯୭
ବିଜେଡି ୨୭୭୬ ଭୋଟରେ ଆଗୁଆ

ବ୍ଳକ : ରା ଉଦୟଗିରି ୧୨ ନମ୍ବର ଜୋନ୍‌
ବିଜେପି : ଦଣ୍ଡପାଣି ବଡମୁଣ୍ଡି – ୩୬୮୨
ବିଜେଡି : ଯୁଦ୍ଧଷ୍ଠିର ବଡମୁଣ୍ଡି – ୩୪୭୯
କଂଗ୍ରେସ : କୁଞ୍ଜବିହାରୀ ପ୍ରଧାନ – ୨୨୧୯
ବିଜେଡି ୨୦୩ ଭୋଟରେ ଆଗୁଆ

ବ୍ଳକ : ରାୟଗଡ ୧୪ ନମ୍ବର ଜୋନ୍‌
ବିଜେପି : ସୁକାନ୍ତି ବିଷୋୟୀ – ୫୯୩୮
ବିଜେଡି : ପିତାମ୍ବର ନାୟକ – ୬୪୭୬
କଂଗ୍ରେସ : ସୁପ୍ରିୟା ପଡିଆମି – ୨୩୫୪
ବିଜେଡି ୫୩୮ ଭୋଟରେ ଆଗୁଆ

ସମ୍ବନ୍ଧିତ ଖବର