କେନ୍ଦ୍ରାପଡା ଜିଲ୍ଲା ସମସ୍ତ ଜୋନରେ ବିଜେଡି ଆଗୁଆ

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ପ୍ରଥମ ରାଉଣ୍ଡ ତଥା ଅପରାହ୍ନ ୧ଟା ସୁଦ୍ଧା ଜିଲ୍ଲାର ୯ଟି ବ୍ଲକର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ଜୋନର ଜିଲା ପରିଷଦ ପ୍ରାର୍ଥୀଙ୍କ ସହିତ ୭୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟଙ୍କ ଭୋଟ ଗଣତି ଚାଲୁ ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ୯ଟି ଯାକ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି। କେନ୍ଦ୍ରାପଡା ଜିଲ୍ଲାରେ ସମୁଦାୟ ୩୨ଜୋନ ଓ ୨୪୯ ପଂଚାୟତ ରହିଛି। ସେଥିମଧ୍ୟରୁ ଆଜି ପ୍ରଥମ ଦିନରେ ଜିଲାର ୫,୯,୧୨,୧୫,୧୯,୨୪,୨୭ ଓ ୩୦ ନମ୍ବର ଜୋନର ଭୋଟ ଗଣତି ଚାଲୁ ରହିଛି।

ପ୍ରଥମ ରାଉଣ୍ଡରେ ଆଳି ନିର୍ବାଚନ ମଣ୍ଡଳୀର ୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କନକ ଲତା ବେହେରା ଓ ୨୭ ନମ୍ବର ଜୋନର ପ୍ରବୀଣା ଦାସ, କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀ ୫ ନମ୍ବର ଜୋନର ଲିଲିତା ଦାସ, ୧୫ ନମ୍ବର ଜୋନର ପ୍ରିୟଦର୍ଶିନୀ ତରାଇ, ପାଟକୁରା ନିର୍ବାଚନ ମଣ୍ଡଳୀ ୧୨ ନମ୍ବର ଜୋନର ଧନେଶ୍ୱର ସେଠି, ୨୪ ନମ୍ବର ଜୋନର ପ୍ରମୋଦ କୁମାର ରଥ, ମହାକାଳପଡ଼ାର ୧୯ ନମ୍ବର ଯୋନର ମୋନାଲିସା ଦାସ, ଏବଂ ରାଜନଗର ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ଯୋନର ସୁରେନ୍ଦ୍ର କୁମାର ରାଉତ ପ୍ରମୁଖ ବିଜେଡି ପ୍ରାର୍ଥୀ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ଜୋନ ୧୫ରେ ବିଜେଡି ୯୯୫ ଖଣ୍ଡ ଭୋଟ ପାଇଥିବା ବେଳେ ବି‌ଜେପି ୪୬୭ ଖଣ୍ଡ ଭୋଟ ପାଇଛି। ବିଜେଡି ଏଠାରେ ୫୨୮ ଖଣ୍ଡ ଭୋଟରେ ଆଗୁଆ ରହିଛି।

ପାଟକୁରା, ଜୋନ ୧୪ରେ ବିଜେଡି ୧୦୨୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୫୬୦ ଓ କଂଗ୍ରେସ ୩୭ ଖଣ୍ଡ ଭୋଟ ପାଇଛି। ବିଜେଡି ଏଠାରେ ୪୬୯ ଖଣ୍ଡ ଭୋଟରେ ଆଗୁଆ ରହିଛି। କେନ୍ଦ୍ରାପଡା ଜୋନ ୫ରେ ବିଜେଡି ୯୩୬, ବିଜେପି ୨୫୬, କଂଗ୍ରେସ ୨୨୩ ଖଣ୍ଡ ଭୋଟ ପାଇଛି। ଏଠାରେ ବିଜେଡି ୬୮୦ ଖଣ୍ଡ ଭୋଟରେ ଆଗୁଆ ରହିଛି। ମହାକାଳପଡା ଜୋନ ନଂ ୧୯ରେ ବିଜେଡି ୧୬୭୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୯୩୯ ଓ କଂଗ୍ରେଦସ ୮୧ ଖଣ୍ଡ ଭୋଟ ପାଇଛି। ଏଠାରେ ବିଜେଡି ୭୪୦ ଖଣ୍ଡ ଭୋଟ‌ରେ ଆଗୁଆ ରହିଛି। ଆଳି ଜୋନ ନଂ ୧ରେ ବିଜେଡି ୧୬୮୩, ବିଜେପି ୫୬୧, କଂଗ୍ରେସ ୫୨୬ ଖଣ୍ଡ ଭୋଟ ପାଇଛି। ରାଜକନିକା ଜୋନ ୨୭ରେ ପ୍ରଥମ ରାଉଣ୍ଡ ସୁଦ୍ଧ‌ା ବିଜେଡି ୧୦୬୦, ବିଜେପି ୮୩୮, କଂଗ୍ରେସ ୨୪୪ ଖଣ୍ଡ ଭୋଟ ପାଇଛନ୍ତି। ମାର୍ଶାଘାଇ ବିଜେଡି ୧୦୨୯, ବିଜେପି ୫୬୦ ଓ କଂଗ୍ରେସ ୩୭ ଖଣ୍ଡ ଭୋଟ ପାଇଛନ୍ତି।

ସମ୍ବନ୍ଧିତ ଖବର