ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂ ତନୁଶ୍ରୀ ସାହୁ(୩୫)ଙ୍କୁ ଓ୍ୱାର୍ଡ ନଂ-୩ରେ ଥିବା ଘରେ କଟୁରିରେ ଆକ୍ରମଣ କରିଥିଲେ।
ତନୁଶ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ତନୁଶ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଅଘଟଣ ସମୟରେ ଘରେ ତନୁଶ୍ରୀଙ୍କ ସ୍ବାମୀ ଅଶୋକ ସାହୁ ଘରେ ନ ଥିଲେ। ସେ ନିଜ ଦୋକାନରେ ଥିଲେ। ଅଭିଯୁକ୍ତ ନରେନ୍ଦ୍ର ସାହୁ ଜଣେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ହେତୁ ତାଙ୍କ ଉପରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତା’ଉପରେ ରହିଛି ସମସ୍ତଙ୍କ ନଜର। ତେଣେ ତନୁଶ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Untitled-design-13.png)