ଭୁବନେଶ୍ବର: ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
#ଆଇସିୟୁରେ_ବବି...
— Sambad (ସମ୍ବାଦ) (@sambad_odisha) July 16, 2025
ଆଇସିୟୁରେ ବବି ଦାସ...ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଆହତ ହୋଇଥିଲେ ବବି...ସୌମ୍ୟାଶ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ରାଜଧାନୀରେ ବିଜେଡିର ପ୍ରତିବାଦ...#Sambad#BJD#Bhubaneswar#Strike#Odisha#PranabPrakashDaspic.twitter.com/VY9Mucct2Y
ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି ।
/filters:format(webp)/sambad/media/media_files/2025/07/16/dani-2025-07-16-12-34-45.jpg)
ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/16/bobby-2025-07-16-12-35-34.jpg)