ଭୁବନେଶ୍ବର : କଟକ ସଦର ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନ ୨୮ ନମ୍ବର ଜୋନ୍ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୈକୁଣ୍ଠ ମଲ୍ଲିକ ଆଜି ନିଜ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି। ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଦଳରେ ସାମିଲ ହୋଇଥିବାରୁ ଶ୍ରୀ ମହାନ୍ତି ନୂତନ ସଦସ୍ୟଙ୍କୁ ସ୍ବାଗତ କରିଛନ୍ତି। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମହବୁତ୍ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ମିଶ୍ରଣ ପର୍ବରେ ବିଧାୟକ ଜୟ ନାରାୟଣ ମିଶ୍ର, ଓବିସି ମୋର୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ମାଣପୁର ପୂର୍ବତନ ବିଜେଡି ସଭାପତି ଗଣେଶ ବସ୍ତିଆ, ଶାସ୍ବତ ମହାନ୍ତି, ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ମାନସୀ ମଲ୍ଲିକ, ରାକେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ମିଶିଲେ ବିଜେଡି ନେତା
/sambad/media/post_attachments/wp-content/uploads/2021/08/BJP-1024x580-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)