ଭୁବନେଶ୍ବର : ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡି କର୍ମୀ ଶୁକ୍ରବାର ଦିନ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଭୁବନେଶ୍ବରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିବା ସହିତ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ସାମିଲ କରିଥିଲେ।
ଶ୍ରୀମତୀ ଦେଓଙ୍କ ସମେତ ସେକ୍ ଇମିତିୟାଜ ଖାନ, ଏସ୍କେ ଅଲ୍ଲୀ, ମନୋଜ ଜେନା, ମଙ୍ଗୁ ମହାନ୍ତି, ଅନନ୍ତ ଘଡ଼େଇ, ନରେଶ ବେହୁରିଆ, ମମିତା ମଲ୍ଲିକ, ଅଲିଭା ଘଡ଼େଇ, ସଂଧ୍ୟା ମଲ୍ଲିକ, ଦୀପୁ ମଲ୍ଲିକ, ଗୋପାଳ ଜେନା ଓ ପ୍ରକାଶ ଦେଓ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛି। ସେମାନଙ୍କ ଯୋଗଦାନ କଂଗ୍ରେସକୁ ଯାଜପୁର ଜିଲ୍ଲାରେ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ଚୌଧୁରୀ, ବିଶ୍ବଜିତ ଦାଶ, ଜାନକୀବଲ୍ଲଭ ପଟ୍ଟନାୟକ, ଚିନ୍ମୟ ପ୍ରସାଦ ବେହୁରା, ରଜନୀ ମହାନ୍ତି, ୟାସିର ନୱାଜ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ସୁବ୍ରତ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଅମରେଶ ପରିଡ଼ା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।