ବିଜେଡି ନେତା ପ୍ୟାରୀରାଜଙ୍କ ପରଲୋକ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ଏମ.ବି ପ୍ୟାରୀରାଜଙ୍କ ଶୁକ୍ରବାର ଭୋରରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୬୨ ବର୍ଷ ବୟସ ହେଉଥିଲା। ବହୁ ଦିନ ହେଲା କଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜନ ପ୍ରତିନିଧି, ନେତା, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସମତେ ଶତାଧିକ ବ୍ୟକ୍ତିବିଶେଷ ପହଞ୍ଚି ଅନ୍ତିମ ଦର୍ଶନ କରିଥ‌ିଲେ। ଆସନ୍ତାକାଲି (ଶନିବାର) ସକାଳ ୧୦ଟା ସମୟରେ ରେଙ୍ଗାଲି ଶ୍ମଶାନ ଘାଟରେ ତାଙ୍କ ଦାହ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

୧୯୫୭ ଏପ୍ରିଲ ୧୪ରେ ପ୍ୟାରୀରାଜ୍ ଜନ୍ମଗ୍ରହଣ କରିଥ‌ିଲେ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା କ୍ଷେତ୍ର‌େର ବିିଜେଡିର ଜଣେ ଟାଣୁଆ ନେତା ସାଙ୍ଗକୁ ସେ ବିଭିନ୍ନ ଧାର୍ମିକ ଓ ସମାଜିକ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଥିଲେ। ଶୁକ୍ରବାର ସକାଳେ ଗଣେଶନଗରରେ ଥିବା ନିଜ ବାସଭବନରେ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀ, ଏକମାତ୍ର ପୁଅ, ବୋହୂ ଉପସ୍ଥିତ ଥିଲେ। ଏକମାତ୍ର ବିବାହିତ ଝିଅ ରାଜ୍ୟ ବାହାରେ ଅଛନ୍ତି। ଶନିବାର ସମସ୍ତଙ୍କ ଉପସ୍ଥିତିରେ ଶେଷକୃତ୍ୟ ହେବ।

ସମ୍ବନ୍ଧିତ ଖବର