ପାରଳାଖେମୁଣ୍ଡି : ଆଜି ପୂର୍ବାହ୍ନରେ ଫ୍ଲାଇ˚ ସ୍କ୍ବାଡ଼ ଦ୍ବାରା ଗାଡ଼ି ତଲାସି ଚାଲିଥିବା ସମୟରେ ଗୋଟିଏ ସ୍କର୍ପିଓରୁ ୪୩ ହଜାର ୨୩୦ ଟଙ୍କା ଜବତ କରାଯାଇଛି। ଏ ସଂକ୍ରାନ୍ତରେ ବିଜେଡ଼ି ଜିଲ୍ଲା କୃଷକ ସେଲର ସଭାପତି ଡ଼ି ଜଗନ୍ନାଥ ରାଜୁଙ୍କୁ ପଚରାଉଚୁରା କରାଯିବା ପରେ ଛାଡ଼ିଦିଆଯାଇଥିବା ପ୍ରକାଶ।
ଆସୁଥିବା ସ୍କର୍ପିଓ (ନମ୍ବର ଓଡ଼ି୨୦ଏ/୬୬୭୭ )ଟିକୁ ପ୍ଲାଇ˚ଗ ସ୍କାର୍ଡ ଦଳ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଗାଡ଼ିଟି ନ ଅଟକି ଅତି ବେଗରେ ଚାଲି ଯିବାରୁ ଫ୍ଲାଇ˚ଗ ସ୍କ୍ବାଡ଼ ଦଳ ଗାଡ଼ିକୁ ପିଛା କରିଥିଲେ। ସ୍କର୍ପିଓ ଏକ ପଥର ସହ ଧକ୍କା ଖାଇ ଅଟକି ଯାଇଥିଲା। ତେବେ, ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ। ଯାଞ୍ଚ ବେଳେ ଗାଡ଼ି ଭିତରେ ବିଜେଡ଼ି ଜିଲ୍ଲା କୃଷକ ସେଲର ସଭାପତି ଡ଼ି ଜଗନ୍ନାଥ ରାଜୁ ବସିଥିବା ଦେଖିବାକୁ ମିଳିଥିଲା। ଏଣେତେଣେ ଫିଙ୍ଗା ଯାଇଥିବା ପୁଳାଏ ପୁଲାଏ ଟଙ୍କାକୁ ସ୍କ୍ବାଡ଼ ଠାବ୍ କରିଥିଲେ। ଘଟଣା ସ୍ଥଳରୁ ଟଙ୍କା ଉଦ୍ଧାର କରାଯିବା ପରେ ସ୍କର୍ପିଓ ସହ ଜଗନ୍ନାଥ ରାଜୁଙ୍କୁ ନେଇ ପଚରା ଉଚରା କରାଯାଇଥିଲା।
ମାତ୍ର ୪୩ ହଜାର ୨୩୦ ଟଙ୍କା ଧରି ଯାଉଥିବା ଜଗନ୍ନାଥ ରାଜୁ ଗାଡ଼ି ନ ରଖିବା କାରଣରୁ ଘଟନାଟି ଅଧିକା ସନ୍ଦେହଷ୍ପଦ ହୋଇଥିଲା। ଏହାର ଉତ୍ତରରେ ସ୍କାର୍ଡ ଦଳକୁ ଦେଖି ଭୟଭୀତ ହୋଇ ପଡ଼ିଥିବା ଏବ˚ ସେଇ ଟଙ୍କା ସେ ତାଙ୍କର ପେଟ୍ରୋଲ ପମ୍ପରୁ ନେଇ ଘରକୁ ଯାଉଥିଲେ ବୋଲି ରାଜୁ ସଫେଇ ଦେଇଥିଲେ। ପରେ ରାଜୁଙ୍କ ଜବତ ଗାଡ଼ିକୁ ଛାଡ଼ି ଦିଆଯାଇଥିବା ବେଳେ କମିଟି ବୈଠକରେ ଟଙ୍କା ସ˚ପର୍କରେ ନିଷ୍ପତି ନିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/scrpio-pkd.jpg)