କୃଷକଙ୍କ ପାଇଁ ନେତା ନିଯୁକ୍ତି

ବିଜୁ କୃଷକ ଜନତା ଦଳ ରାଜ୍ୟ କମିଟି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ବର : କାଳିଆ ଯୋଜନା ଉପରେ ବିରୋଧୀଙ୍କ ନଜର ପଡିଛି। ଏହି ଯୋଜନାକୁ ବିତର୍କର ବଳୟରେ ଛନ୍ଦି ଦେବା ଲାଗି ଉଭୟ କଂଗ୍ରେସ ଓ ବିଜେପି ସମାେଲାଚନାର ପାହାଡ଼ ଲଦିଲେଣି। ଏମାନଙ୍କୁ ମୁକାବିଲା କରିବା ଲାଗି ବିେଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳକୁ ଅଧିକ ସଶକ୍ତ କରିଛନ୍ତି। ଆଜି ବିଜୁ କୃଷକ ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି।

ରାଜ୍ୟ କମିଟିର ଉପ-ସଭାପତି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି,କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, କଟକ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ପ୍ରସାଦ ସ୍ବାଇଁ, କଳାହାଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ,ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ,ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେବଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ କିଶୋର କୁମାର ମେହେର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ନାୟକ ଏବଂ ସମ୍ପାଦକ ଭାବେ ମନୋଜ କୁମାର ମହାପାତ୍ର, ତିରୁପତି ବନାଗାଡ଼ି, ସରୋଜ କୁମାର ପ୍ରଧାନ, ଉତ୍ତର କୁମାର ପାତ୍ର ଏବଂ ଜୟନ୍ତ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି।

ଏଥିସହିତ ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାମ େଘାଷଣା କରାଯାଇଛି। ଅନୁଗୁଳ ପାଇଁ ବିଧାୟକ ବ୍ରଜ କିଶୋର ପ୍ରଧାନ, ବାଲେଶ୍ବର ପାଇଁ ଅଜୟ କୁମାର ସାମଲ, ବରଗଡ଼ ପାଇଁ ଗୌରହରି ମିଶ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ବାଇଁ, ବଲାଙ୍ଗୀର ପାଇଁ ଅଜୟ ଦାସ, ବୌଦ୍ଧ ପାଇଁ ଶାନ୍ତନୁ ଥାଟିଙ୍କୁ ଜିଲ୍ଲା ସଭାପତି ଭାେବ ନିଯୁକ୍ତି ଦିଆଯାଇଛି। ସେହିପରି କଟକରେ ପ୍ରଶାନ୍ତ କୁମାର ବେହେରା,ଦେବଗଡ଼ରେ ଚିତ୍ତ ରଞ୍ଜନ ପ୍ରଧାନ, ଢେଙ୍କାନାଳରେ ନରୋତ୍ତମ ସାହୁ, ଗଜପତିରେ ରବି ନାଇଡ଼ୁ,ଗଞ୍ଜାମରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁରରେ ପ୍ରକାଶ ଚନ୍ଦ୍ର ବସ୍ତିଆ ଜିଲ୍ଲା ସଭାପତି ଦାୟିତ୍ବ ନିର୍ବାହ କରିବେ। ଯାଜପୁର ଜିଲ୍ଲା କୃଷକ ସଭାପତି ଭାବେ ନିତ୍ୟ ନନ୍ଦନ ରାଉତ,ଝାରସୁଗୁଡ଼ାରେ ମିତ୍ରଭାନୁ ସାହୁ, କଳାହାଣ୍ଡିରେ ଦିଲ୍ଲୀପ ଠାକୁର, କନ୍ଧମାଳରେ କୁନା ଦଣ୍ତସେଣା,କେନ୍ଦ୍ରାପଡ଼ାରେ ସୌମେନ୍ଦ୍ର କୁମାର ଦାସ,କେନ୍ଦୁଝରରେ ଦୀପକ ରାଜ, ଖୋର୍ଦ୍ଧାରେ ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟରେ ରାମ ସାମନ୍ତରାୟ,କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ସୁକୁରିଆ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।

କେବଳ ସେତିକି ନୁହେଁ, ସୁଭାଷ ଚନ୍ଦ୍ର ବାନାର୍ଜୀଙ୍କୁ ମାଲକାନଗିରି କୃଷକ ସଂଗଠନ ଦାୟିତ୍ବ ଦିଆଯାଇଥିବା ବେଳେ ମୟୁରଭଞ୍ଜ(୧) ପାଇଁ ରାଜ କିଶୋର ଆଚାର୍ଯ୍ୟ,ମୟୁରଭଞ୍ଜ (୨) ପାଇଁ ଦୁର୍ଗା ହେମ୍ବ୍ରମ, ନବରଙ୍ଗପୁର ପାଇଁ ଯୋଗେନ୍ଦ୍ର କୁମାର ସ୍ବାଇଁ, ନୟାଗଡ଼ ପାଇଁ ଜଗନ୍ନାଥ ପଣ୍ଡା,ନୂଆପଡ଼ା ପାଇଁ ସନ୍ତୋଷ କୁମାର ନିଆଲ,ପୁରୀ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପାଇଁ ପ୍ରଫୁଲ କୁମାର ଜେନା, ରାୟଗଡ଼ା ପାଇଁ ଜ୍ୟୋତି ପ୍ରସାଦ ସାହୁ, ସମ୍ବଲପୁର ପାଇଁ ଆନନ୍ଦ ଜେନା,ସୋନପୁର ପାଇଁ ମନୋରଞ୍ଜନ ପ୍ରଧାନ ଏବଂ ସୁନ୍ଦରଗଡ଼ ପାଇଁ ଗୋପାଳ ଚନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ପଟ୍ଟନାୟକ ଦାୟିତ୍ବ େଦଇଛନ୍ତି। ପ୍ରକାଶଥାଉକି, ବିଜୁ କୃଷକ ଜନତା ଦଳର ରାଜ୍ୟ ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁୁ ପୂର୍ବରୁ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର