ଭୁବନେଶ୍ବର: ଆଜି ନବବର୍ଷ ଅବସରରେ  ନବୀନ ନିବାସରେ ନେତାଙ୍କ ଗହଳି ଦେଖିବାକୁ ମିଳିଛି। ବହୁ ବିଜେଡି ନେତା ଓ ମନ୍ତ୍ରୀ ସୁପ୍ରିମୋଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସମୀରରଂଜନ ଦାଶ, ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ ବରିଷ୍ଠ ନେତା ଦେବୀ ମିଶ୍ର ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ। କେବଳ ବିଧାୟକ କି ମନ୍ତ୍ରୀ ନୁହନ୍ତି କେତେକ ତୃଣମୂଳ ନେତାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା।