ବିଜେଡି ନେତାମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ବିଜେପି

ଭୁବନେଶ୍ୱର : ତିନି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ବହୁ ସ୍ଥାନରେ ହିଂସାକାଣ୍ଡ ଓ ବୁଥ୍‌ ରିଗିଂ ଭଳି ଘଟଣା ସାମ୍ନାକୁ ଆସିଛି। ବିଡ଼ମ୍ବନାର ବିଷୟ ଅଧିକ ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିଥିବା ତିନିଟି ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଥିବା ଗଞ୍ଜାମ ଜିଲ୍ଲା, ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀ ଥିବା ଯାଜପୁର ଜିଲ୍ଲା ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଗୃହ ଜିଲ୍ଲା ଭଦ୍ରକ। ଅହିଂସା ଓ ଶାନ୍ତିର କଥା କହୁଥିବା ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରକୃତରେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ ବୋଲି ଏଥିରୁ ପ୍ରମାଣିତ ହୋଇଥିବା ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ବ୍ୟାପକ ହିଂସାକାଣ୍ଡର ଆଶଙ୍କା କରି ବିଜେପି ଅନେକ ଥର ରାଜ୍ୟ ନିର୍ବାଚନ କମିସନ ଏବଂ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ କିଛି ସୁଫଳ ମିଳିଲାନି। ରାଜ୍ୟରେ ନିର୍ବାଚନୀ ହିଂସା, ସାମ୍ବାଦିକ ଓ ସାଧାରଣ ଭୋଟରଙ୍କ ପ୍ରତି ହେଉଥିବା ଆକ୍ରମଣ ଘଟଣା ପ୍ରତି ଗୁରୁତ୍ୱ ଦେବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର