କଟକରେ ବିଜେଡିର ଏକତରଫା ପ୍ରଦର୍ଶନ; ୧୪ ଆସନରୁ ୧୧ଟି ଜୋନ୍‌ରେ ଆଗୁଆ

ବାରଙ୍ଗରେ ଆଗରେ ବିଜେପି, ବାଙ୍କୀରେ କଂଗ୍ରେସ

କଟକ:ଭୋଟ ଗଣତି ପାଇଁ ଚଳଚଞ୍ଜଳ ଗାଁଦାଣ୍ଡ। ସବୁଠି ଲାଗିରହିଛି ଉତ୍କଣ୍ଠା। ତାଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବେ ନା ନାହିଁ। ସେଥିପାଇଁ ନେତା ସମର୍ଥକଙ୍କ ଗହଳିରେ ଭୋଟ ଗଣତି କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ସମସ୍ତେ ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ ଫଳାଫଳ ଘୋଷଣାର ପ୍ରଥମ ଦିନରେ କଟକ ଜିଲ୍ଲାର ୧୪ଟି ଜିଲ୍ଲାପରିଷଦ ଆସନ ଓ ୧୦୪ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଆସନ ପାଇଁ ଫଳାଫଳ ପ୍ରକାଶ ପାଇବ। କଟକ ସଦର ବ୍ଲକ୍‌ ଜୋନ ୪ ଜିଲ୍ଲାପରିଷଦ ଆସନ ଓ ଏହାର ଅଧିନରେ ଥିବା ୩ଟି ପଞ୍ଚାୟତ, ବାରଙ୍ଗ ୩୨ ନମ୍ବର ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ, ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ ଜୋନ-୧୦ ଅନ୍ତର୍ଗତ ୮ଟି ପଞ୍ଚାୟତ, କଣ୍ଟାପଡା ଜୋନ ୮ ଅନ୍ତର୍ଗତ ୬ଟି ପଞ୍ଚାୟତ, ନିଆଳି ଜୋନ-୨୦ ଓ ୬ଟି ପଞ୍ଚାୟତ, ବାଙ୍କୀ ଜୋନ ୩୪ ଓ ୭ଟି ପଞ୍ଚାୟତ, ବାଙ୍କୀ-ଡମପଡା ଜୋନ ୩୭ ଓ ୯ ପଞ୍ଚାୟତ, ଆଠଗଡ଼ ଜୋନ ୧ ଓ ୧୦ ପଞ୍ଚାୟତ, ତିଗିରିଆ ଜୋନ ୧୪ ଓ ୭ଟି ପଞ୍ଚାୟତ, ବଡମ୍ବା ଜୋନ ୨୯ ଓ ୭ ଟି ପଞ୍ଚାୟତ, ନରସିଂହପୁର ଜୋନ ୧୬ ଓ ୮ଟି ପଞ୍ଚାୟତ, ସାଲେପୁର ଜୋନ ୪୩ ଓ ୮ଟି ପଞ୍ଚାୟତ, ମାହାଙ୍ଗା ଜୋନ ୩୯ ଓ ୯ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ଜୋନ ୨୪ ଓ ୮ଟି ପଞ୍ଚାୟତର ଭୋଟ ଫଳାଫଳ ପ୍ରକାଶ ପାଇବ। ଏଠାରେ ସୂଚନା ଯୋଗ୍ୟ ଯେ, ୮ଟି ନିର୍ବାଚନମଣ୍ଡଳୀର ୧୪ଟି ବ୍ଲକ୍‌, ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟରୁ ୧୪ଜିଲ୍ଲା ପରିଷଦ ଜୋନରୁ ବରଙ୍ଗରେ ବିଜେପି,ବାଙ୍କୀ ୩୭ ଜୋନ୍ ରେ କଂଗ୍ରେସ ଆଗରେ ଓ କଟକ ସଦରରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ବାକି ୧୧ଟିରେ ବିଜେଡି ଆଗୁଆ ରହିଛି।

କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡିର ଅଶାଲତା ବେହେରା , ବିଜେପି ସୁଜାତା ଦାସ, କଂଗ୍ରେସ ମୋନିକା ନାୟକ ଓ ସ୍ୱାଧୀନ ପ୍ରାର୍ଥୀ କବିତା ଦାସ, ବାରଙ୍ଗ ଜୋନ -୩୨ ଆସନରେ ବିଜେଡିରୁ ସୁମିନା ପ୍ରଧାନ, ବିଜେପି ତୁଷାରକାନ୍ତ ଚକ୍ରବର୍ତ୍ତୀ ୯୨୯ କଂଗ୍ରେସର ମଣ୍ଟ ମାଝୀ ୧୭୧, ସ୍ୱାଧୀନ ପ୍ରାର୍ଥୀ ନଳିନୀ କୁମାର ରାୟ ୧୭୧, ବାଙ୍କୀ -ଡମପଡା ବ୍ଲକ ଜୋନ- ୩୭ରେ
ବିଜେଡିର ମିନତୀ ମହାପାତ୍ର ୨୪୮୩ ବିଜେପି -ସଂଗୀତ ପ୍ରିୟଦର୍ଶିନୀ ସାହୁ ୯୭୯, କଂଗ୍ରେସ -କୁନି ପ୍ରଧାନ ୧୦୬୫ ଆପରୁ କୁନି ସାମନ୍ତରାୟ ୩୯ କଣ୍ଟାପଡା ଜୋନ୍ ୮ରେ ବିଜେଡ଼ି ପିୟୁସ ରଞ୍ଜନ ମିଶ୍ର ୯୦୦, ବିଜେପିର ବିଶ୍ବମ୍ଭର ଜେନା ୫୨୫ କଂଗ୍ରେସର ନବକିଶୋର ପାତ୍ର ୪୪ ପ୍ରଫୁଲ୍ଲ କୁମାର ମଲ୍ଲିକ ୭, ଆପ ସୁଶିଲ କୁମାର ନାୟକ ୩୦। ନିଆଳି ଜୋନ୍ ୨୦ର ବିଜେଡ଼ି କବିତା କୁମାରୀ ରାଉତ ୩୩, ବିଜେପି ପ୍ରଗତି ନାୟକ ୩୩, କଂଗ୍ରେସ ହରପ୍ରିୟା ଜେନା ୨୩, ସ୍ବାଧୀନ ଝୁନା ଆପଟ ୦ ଆପ୍ର ବନିତା ସ୍ବାଇଁ ୦

ତିଗିରିଆ ଜୋନ୍ ୧୪ର ବିଜେଡ଼ିର ସଞ୍ଜୟ କୁମାର ମଲ୍ଲିକ ୯୪୫, ବିଜେପିର ଚିନ୍ମୟୀ ମଲ୍ଲିକ ୪୨୫, କଂଗ୍ରେସର ରବିନ୍ଦ୍ର ସାହୁ ୭୨, ସ୍ବାଧୀନ ସନ୍ତୋଷ କୁମାର ସିଂହସାମନ୍ତ ୬। ବଡ଼ମ୍ବା ଜୋନ୍ ୨୯ର ବିଜେଡ଼ିର ଜୟଶ୍ରୀ ବରାଳ ୧୯୮୧, ବିଜେପିର କଳ୍ପଲତା ପଣ୍ଡା ୧୬୦୨ , କଂଗ୍ରେସର ଉତ୍ତମା ଦେଇ ୪୪, ଆପ୍ ଅନିତା ରାଉତ ୧୩ ଖଣ୍ଡ ଭୋଟ ପାଇଥିବାବେଳେ ନରସିଂହପୁର ଜୋନ୍ ୧୬ର ବିଜେଡ଼ିର ଭାଗ୍ୟଲକ୍ଷ୍ମୀ ବିଶ୍ବାଳ ୧୮୪୦, ବିଜେପିର ସୁଚିତ୍ରା ରାଣୀ ପ୍ରଧାନ ୧୨୬୧, କଂଗ୍ରେସର ନର୍ମଦା ନାୟକ ୯୦, ଆପ୍ ମମତା ସାହୁ ୧୪, ସାଲେପୁର ଜୋନ୍ ୪୩ ବିଜେଡ଼ିର ସୁନୀତା ମଲ୍ଲିକ ୧୦୧୦, ବିଜେପିର ସୁମିତ୍ରା ମଲିକ ୫୫୩, କଂଗ୍ରେସର ସୁଜାତା ସାମଲ ୧୨୫ ,ମାହାଙ୍ଗା ଜୋନ୍ ୩୯ ବିଜେଡ଼ିର ମୁର୍ସିଦ୍ ରିହାଜୁଲ୍ ହୁଦା ୨୭୨୯, ବିଜେପିର ପ୍ରତୀମା ବାରିକ ୮୭୦, କଂଗ୍ରେସର ସରୋଜ କୁମାର ପରିଡା ୫୫୯,
ନିଶ୍ଚିନ୍ତକୋଇଲି ଜୋନ୍ ୨୪ ବିଜେଡ଼ିର ଆର୍.କେ.ବିପ୍ଳବ କିଶୋର କାପ ୧୨୨୦, ବିଜେପିର ନିର୍ମଳ ଲେଙ୍କା ୬୫୧, କଂଗ୍ରେସର ସେକ୍ ସିରାରୁଦ୍ଦିନ ୪୧୬
ଟାଙ୍ଗୀ-ଚୌଦ୍ବାର ଜୋନ୍ ୧୦ରୁ ବିଜେଡ଼ିର ବିଶ୍ବଜି୍ତ୍ ପ୍ରଧାନ ୧୭୯୭, ବିଜେପିର ସନ୍ତୋଷ କୁମାର ମୁଣ୍ଡା ୫୭୩, ସିପିଏମ ମୁକୁନ୍ଦ କୁଇକାଲ୍ ୬୫ , ଆଠଗଡ଼ ଜୋନ ୧ରେ ବିଜେଡି – ଶାନ୍ତିଲତା ବେହେରା ,୧୪୮୫ ,ବିଜେପି -ସନ୍ତୋଷିନୀ ଜେନା ,୬୭୬, କଂଗ୍ରେସ – ମନମୋହିନୀ ଧଳ -୧୧୬ ଭୋଟ ପାଇଥିବା କଟକ ଜିଲ୍ଲା ପ୍ରଶାସନର ତଥ୍ୟରୁ ଜଣାପଡିଛି।

ସମ୍ବନ୍ଧିତ ଖବର