ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ଦାବିରେ ବିଜେଡି ତା’ର ଆନ୍ଦୋଳନ ଜୋର୍‌ଦାର୍‌ କରିଛି। ଦୁଇ ଦିନ ତଳେ ବିଜେଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜଭବନ ସାମ୍ନାରେ ଧାରଣା ଦିଆଯାଇଥିଲା। ଆଜି ପୂର୍ବାହ୍ନରେ ବିଧାନସଭାରେ ଗୃହ ମୁଲତବୀ ହେଲା ପରେ ସେଠାରୁ ବିଜେଡି ବିଧାୟକମାନେ ସିଧାସଳଖ ରାଜଭବନ ଅଭିମୁଖେ ଯାଇଥିଲେ। ବିଧାନସଭା ପରିସରରୁ ବ୍ୟାନର୍‌ ଓ ପ୍ଲାକାର୍ଡ ଧରି ବିଧାୟକମାନେ ଚାଲି ଚାଲି ରାଜଭବନରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର