ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବିଜେଡିର ‘ଶଙ୍ଖ ମୋ ଗର୍ବ’ ଅଭିଯାନ। ଦଳୀୟ ନେତାମାନେ ବିଜେଡିର ଚିହ୍ନ ଶଙ୍ଖକୁ ନିଜ ଗର୍ବ ବୋଲି କହିବା ସହ ବିଭିନ୍ନ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରୁଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ ବିକାଶରେ ନିଜକୁ ନିୟୋଜିତ କରିଛି। ନିକଟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ପ୍ରତି ଘରେ ନବୀନଙ୍କ ବିକାଶମୂଳକ ଯୋଜନା ପହଞ୍ଚାଇଥିଲା ବିଜୁ ଜନତା ଦଳ। ଆଉ ଏବେ ଶଙ୍ଖ ମୋ ଗର୍ବ ଅଭିଯାନ ଜରିଆରେ ନିଜ ଦଳର ଗରିମା ଅକ୍ଷୁଣ୍ଣ ରଖିବା ସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କରୁଛି ଦଳ। ବିଜେଡିର ଜଣେ ନେତା ଏହି ସୂଚନା ଦେଇ କହିଛନ୍ତି ଯେ ଏ ଅଭିଯାନକୁ ସୋସିଆଲ୍ ମିଡିଆରେ ଭରପୂର ସମର୍ଥନ ମିଳୁଛି।
ଦଳର ସାଂସଦ, ବିଧାୟକଙ୍କଠୁ ଆରମ୍ଭ କରି ରାଜ୍ୟସ୍ତରର ନେତା ଓ କର୍ମକର୍ତ୍ତା ଏହି ଅଭିଯାନରେ ସାମିଲ ହୋଇଛନ୍ତି। 'ଶଙ୍ଖ ମୋ ଗର୍ବ’ ସ୍ଲୋଗାନ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପାଇଁ ଦଳର ସାଂସଦ-ବିଧାୟକଙ୍କଠୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା, ବ୍ଲକସ୍ତରର ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଦଳର ଡିଜିଟାଲ ୱିଙ୍ଗ ପକ୍ଷରୁ ଏଥିପାଇଁ ଜୋରଦାର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ସମସ୍ତଙ୍କୁ ଏହି ସ୍ଲୋଗାନ ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିବାକୁ ମଧ୍ୟ କୁହାଯାଇଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯିବା ପଛରେ କିଛି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରହିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/sankah.jpg)