ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି: ପାଣ୍ଡିଆନ୍‌

ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ, କଣ୍ଟାବାଞ୍ଜି ଓ ପାଟଣାଗଡ଼ରେ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରଚାର ଆଳରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କଣ୍ଟାବାଞ୍ଜିରୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି।

ମୋତେ ଏବେ କୁହାଗଲା ବିଜେପି ଦଳର ରଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ। ଯଦି ନବୀନ ସ୍ୱଚ୍ଛ ନାହାନ୍ତି। ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି। ସେମାନେ ଚେଷ୍ଟା କରୁଛନ୍ତି ସୂର୍ଯ୍ୟକୁ ଟର୍ଚ୍ଚ ଲାଇଟ ପକାଇବାକୁ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ସେମାନଙ୍କର ହିଁ ସ୍ୱଚ୍ଛତା ନାହିଁ। ତାଙ୍କ ପ୍ରାର୍ଥୀମାନଙ୍କ ନାଁରେ କ୍ରିମିନଲା କେସ ଅଛି। ଏମିତି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ। ଏମାନେ ବାହାରୁ ଆସି ବଡ଼ବଡ଼ କଥା କହୁଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ।

ବିଜେପିର ବଡ଼ବଡ଼ ନେତାମାନେ ଓଡିଶା ଆସୁଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ଆସୁଛନ୍ତି। କିଏ କିଏ ଓଡ଼ିଶାରେ ବୁଲୁଛନ୍ତି କାହାର ହିସାବ ନାହିଁ। ଏମାନେ ଓଡ଼ିଶା କେଉଁଠି ଅଛି ଜାଣିନାହାନ୍ତି। ଓଡିଶାବାସୀଙ୍କୁ ଜାଣିନାହାନ୍ତି। ଓଡ଼ିଶା ଉପରେ ସେମାନଙ୍କର କିଛି ତଥ୍ୟ ନାହିଁ। ଏମାନେ ସବୁ ପର୍ଯ୍ୟଟକ ଭଳି ଆସିବେ। ଅପପ୍ରଚାର କରିବେ, ବଡବଡ କଥା କହିବେ। ନିର୍ବାଚନ ସରିଲେ ଖୋଜିଲେ ବି ଆଉ ପାଇବେନି ।

ସମ୍ବନ୍ଧିତ ଖବର