ଦଶମ ରାଉଣ୍ଡରେ ବିଜେପିଠାରୁ ବିଜେଡି ଆଗୁଆ: ମୋଟ ଭୋଟରେ ଏବେ ବି ବିଜେପି ପ୍ରାର୍ଥୀ ଆଗରେ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡରେ ବିଜେଡି ବିଜେପିଠାରୁ ୪୨୦ଭୋଟରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪ହଜାର ୬୫୨ ଭୋଟ୍ ମିଳିଛି । ସେହିପରି ସୂର୍ଯ୍ୟବଂଶୀ ସୂରଜଙ୍କୁ ୪ ହଜାର ୨୩୨, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୩୯୦ ଭୋଟ୍ ଏବଂ କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୩୩୯ ଭୋଟ୍ ମିଳିଛି।
ଏଣେ  ନବମ ରାଉଣ୍ଡ ଟ୍ରେଣ୍ଡରେ ଆଗରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ରହିଥିଲେ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫ହଜାର ୭୪୨ ଭୋଟ୍ ମିଳିଥିଲା । ସେହିପରି ସୁରଜ ସୂର୍ଯ୍ୟବଂଶୀଙ୍କୁ ୫ହଜାର ୧୬, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୪୧୦ ଭୋଟ୍ ଏବଂ କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୩୨୦ ଭୋଟ୍ ମିଳିଥିଲା । ତେବେ ନୋଟାରେ ୩୩୭ ଖଣ୍ଡ ଭୋଟ୍ ପଡିଥିଲା । ମାତ୍ର ପୂର୍ବ ୮ଟିଯାକ ରାଉଣ୍ଡରେ ବିଜେଡି ଆଗୁଆ ଥିଲା।

ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିଲେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ପ୍ରାର୍ଥୀ ୩୯୮୦, କଂଗ୍ରେସ ପ୍ରାର୍ଥୀ ୨୧୬ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୦୨ ଖଣ୍ଡ ଭୋଟ ମିଳିଛି। ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃ‌ଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।

 

ସମ୍ବନ୍ଧିତ ଖବର