ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ହୋଇଥିବା ଭୋଟ୍ ଗଣତିର ପ୍ରଥମ ଦିନର ଫଳାଫଳ ଆସିଛି। ତୃତୀୟ ଦିନରେ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୮୫୧ଟି ଜୋନ୍ର ଟ୍ରେଣ୍ଡ ଆସିଛି। ଏଥିରେ ବିଜୁ ଜନତା ଦଳ ୭୬୪ଟି ଜୋନ୍ରେ ବିଜୟ ଅଥବା ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୪୩ଟି ଜୋନ୍ରେ ଓ କଂଗ୍ରେସ ୩୭ଟି ଜୋନ୍କୁ ଦଖଲ କରିଛି। ଅପରପକ୍ଷେ ସ୍ୱାଧୀନ ପ୍ରାର୍ଥୀ ୩ଟି ଜୋନ୍ରେ ଓ ଅନ୍ୟମାନେ ୪ଟି ଜୋନ୍ରେ ଆଗୁଆ ଅଛନ୍ତି।
ରାତି ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଅନୁଗୁଳରେ ବିଜେଡି ୨୭, ବିଜେପି ୧ଟି ଜିଲ୍ଲା ପରିଷଦ ଜୋନ୍ରେ ଆଗୁଆ ରହିଛି। ବାଲେଶ୍ୱରରେ ବିଜେଡି ୩୯ଟି, ବିଜେପି ୪ ଓ କଂଗ୍ରେସ ୨ଟିରେ ଆଗୁଆ ରହିଛି। ବରଗଡ଼ରେ ବିଜେଡି ୨୬ ଓ ବିଜେପି ୭ଟି ଜୋନରେ ଆଗୁଆ ଥିବା ବେଳେ ଭଦ୍ରକର ସମସ୍ତ ୨୩ଟି ଜୋନରେ ବିଜେଡି ଆଗୁଆ ରହିଛି। ବଲାଙ୍ଗୀରରେ ୨୬ଟି ଜୋନ୍ରେ ବିଜେଡି, ୪ଟିରେ ବିଜେପି ଓ ୪ଟିରେ କଂଗ୍ରେସ ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ବିଜେଡି ୧ଟି ଓ ବିଜେପି ୨ଟି ଜୋନରେ ଅଗ୍ରଣୀ ଲାଭ କରିଛି।
ସେହିପରି କଟକ ଜିଲ୍ଲାରେ ୪୫ଟିରେ ବିଜେଡି ଓ କଂଗ୍ରେସ ଗୋଟିଏ ଜୋନ୍ରେ ଆଗୁଆ ରହିଛି। ଦେବଗଡ଼ରେ ବିଜେଡି ୭ ଢେଙ୍କାନାଳରେ ୨୪ଟିରେ ଆଗୁଆ ରହିଛି। ଢେଙ୍କାନାଳରେ ବିଜେପି ୩ଟି ଜୋନ୍ରେ ଆଗୁଆ ରହିଛି। ଗଜପତିରେ ୧୧ଟିରେ ବିଜେଡି, ଗୋଟିଏରେ ବିଜେପି ଓ ଗୋଟିଏ ଜୋନ୍ରେ କଂଗ୍ରେସ ଅଗ୍ରଣୀ ରହିଛି।
ଗଜପତିରେ ବିଜେଡିକୁ ୧୦, ବିଜେପିକୁ ଗୋଟିଏ ଓ କଂଗ୍ରେସକୁ ୨ଟି ଜୋନରେ ଆଗୁଆ ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାରେ ବିଜେଡି ୬୩, ବିଜେପି ଗୋଟିଏ ଓ କଂଗ୍ରେସ ୨ଟି ଆସନରେ ଆଗୁଆ ଅଛି। ଜଗତସିଂହପୁରରେ ବିଜେଡିକୁ ୨୫ ଓ କଂଗ୍ରେସକୁ ଗୋଟିଏ ଜୋନ୍ରେ, ଯାଜପୁରରେ ବିଜେଡିକୁ ୩୦ ଓ ଝାରସୁଗୁଡ଼ାରେ ୯ଟିରେ ଆଗୁଆ ରହିଛି।
ବିଜେଡି କଳାହାଣ୍ଡିରେ ୩୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୩୧, କେନ୍ଦୁଝରରେ ୩୨, ଖୋର୍ଦ୍ଧାରେ ୨୭, କୋରାପୁଟରେ ୧୬, ମାଲକାନଗିରିରେ ୧୨, ମୟୂରଭଂଜରେ ୫୩, ନବରଂଗପୁରରେ ୨୦, ନୟାଗଡ଼ରେ ୨୨, ନୂଆପଡ଼ାରେ ୧୨, ପୁରୀରେ ୨୯, ରାୟଗଡ଼ାରେ ୧୬, ସମ୍ବଲପୁରରେ ୧୬, ସୁବର୍ଣ୍ଣପୁରରେ ୧୧ ଓ ସୁନ୍ଦରଗଡ଼ରେ ୩୩ଟି ଜୋନରେ ଆଗୁଆ ରହିଛି।
ବିଜେପି କଳାହାଣ୍ଡିରେ ୨, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ଗୋଟିଏ, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୩, ରାୟଗଡ଼ାରେ ଗୋଟିଏ, ନୂଆପଡ଼ାରେ ଗୋଟିଏ, ପୁରୀରେ ୪ଟି, ସମ୍ବଲପୁରରେ ୨, ସୁବର୍ଣ୍ଣପୁରରେ ଗୋଟିଏ ଓ ସୁନ୍ଦରଗଡ଼ରେ ଗୋଟିଏ ଜୋନରେ ଆଗୁଆ ରହିଛି।
ସେହିପରି କଂଗ୍ରେସକୁ କଳାହାଣ୍ଡିରେ ଗୋଟିଏ, କନ୍ଧମାଳରେ ୩, କେରାପୁଟରେ ୧୨, ମାଲକାନଗିରିରେ ୩, ନବରଂଗପୁରରେ ଗୋଟିଏ, ରାୟଗଡ଼ାରେ ୬ ଓ ସୁବର୍ଣ୍ଣପୁରରେ ଗୋଟିଏରେ ଆଗୁଆ ଅଛି। ଅନ୍ୟମାନେ ମୟୂରଭଂଜରେ ୩ ଓ ସୁନ୍ଦରଗଡ଼ରେ ଗୋଟିଏ ଜୋନରେ ଆଗୁଆ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-26-at-22.30.47-1.jpeg)