ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି। କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୨୬୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ମାତ୍ର ୨୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଏହାଅନ୍ୟମାନେ ୬ଟି ଜୋନରେ ଆଗୁଆ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ, ୧୦ଟି ଜିଲ୍ଲାରେ ବିଜେଡି ଆଗରେ ରହିଛି। ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ପୁରୀ ଓ ସୋନପୁର ଆଦି ଜିଲ୍ଲାରେ ବିଜେଡି ଆଗରେ ରହିଛି। ସେପଟେ ବିଜେପି୧୫ଟି ଜିଲ୍ଲାରେ ଖାତା ଖୋଲିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/BJD-1-BJP-1_Thumbnail.jpg)