୨୮ ସନ୍ଧ୍ୟାରେ ବିଜେଡିର ବିଧାୟକ ଦଳ ବୈଠକ

କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ବି

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ୨୮ ତାରିଖରେ ବିଜୁ ଜନତା ଦଳର ବିଧାୟକ ଦଳ ବିଧାନସଭା ପରିସରରେ ସନ୍ଧ୍ୟା ୫ଟା ୩୦ ମିନିଟରେ ଅନୁଷ୍ଠିତ ହେବ। କୋଭିଡ ପାଇଁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠ ସମେତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ କରିବାକୁ ସ୍ଥିର କରାଯାଇଛି। ଏ ନେଇ ଦଳର ସବୁ ବିଧାୟକ ଅବଗତ ହେବାକୁ ସରକାରୀ ଦଳ ମୁଖ୍ୟ ସଚେତକଙ୍କ କାର୍ଯ୍ୟାଳୟରୁ ପ୍ରେସ୍‌ ଇସ୍ତାହାର ଜରିଆରେ ଜଣାଇ ଦିଆଯାଇଛି। ଏହାସହିତ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବି ସେହିଦିନ ବସିବ। କିନ୍ତୁ ଉଭୟ ଦଳର ବୈଠକ କେଉଁଠି ଓ କେଉଁ ସମୟରେ ବସିବ ସେ ନେଇ ନିଷ୍ପତ୍ତି ହୋଇନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର