ବିଜେଡି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ବର : ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜୁ ଜନତା ଦଳର ବିଧାୟକମାନଙ୍କ ବୈଠକ। ନବନିର୍ବାଚିତ ୧୧୨ ବିଧାୟକମାନଙ୍କ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଯିବ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବିଜେଡିର ନବନିର୍ବାଚିତ ୧୨ ଜଣ ଯାକ ଲୋକସଭା ସାଂସଦ ନବୀନ ନିବାସରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସମ୍ବର୍ଦ୍ଧନା ଦେବେ। ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକରେ ଯୋଗଦେବା ପରେ ରାଜଭବନ ଯାଇ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନେଇ ନବୀନ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର