ଭୁବନେଶ୍ବର : ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକରେ ବି ପୌରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ।  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ୩୯୦୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀକାନ୍ତ ଚାଟାର୍ଜୀ ୨୦୪୪ ଖଣ୍ଡ ଭୋଟ ପାଇଥିବା ବେଳେ  ବିଜେଡି ମୂଳଚନ୍ଦ ସିଙ୍ଘଲ ୧୮୫୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ସେହିପରି  ଖରିଆର ରୋଡ଼ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନିଆ ଜୈନ ୮୮୩ ଭୋଟରେ ବିଜୟୀ ହୋଇଛନ୍ତି। ସୋନିଆ ଜୈନ ୫୮୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୪୯୪୨ ଖଣ୍ଡ ଭୋଟ ପାଇଛନ୍ତି। ନୂଆପଡା ଏନଏସିରେ ସ୍ବଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ ହୋଇଛନ୍ତି।

publive-image ନୂଆପଡ଼ା ଜିଲ୍ଲାର ତିନି ବିଜୟୀ ପ୍ରାର୍ଥୀ

ଅନ୍ୟପକ୍ଷରେ ଗଣତି ସରିଯାଇଥିବ‌ା ୨୦ଟି ଜିଲ୍ଲାରେ ବିଜୁ ଜନତା ଦଳ ୩୮ଟି ପୗରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି।  ସୁଚନା ଅନୁସାରେ ଅନୁଗୁଳର ୩ଟି ପୌରାଞ୍ଚଳରୁ ୩ଟି ଯାକ ବିଜେଡି ଖାତା‌କୁ ଯାଇଛି।  ବରଗଡ଼ ଜିଲ୍ଲାର ୪ ଆସନରୁ ୩ ବିଜେଡିକୁ ଯାଇଥିବା ବେଳେ ଗୋଟିଏରେ ସ୍ବାଧୀନ ବିଜୟୀ ହୋଇଛନ୍ତି। ବୌଦ୍ଧ ଓ ଦେବଗଡ଼ର ପୂରା ପୌରାଞ୍ଚଳକୁ କରାୟତ କରିଛି ଶାସକ ଦଳ। ଢ଼େଙ୍କାନାଳ ଜିଲ୍ଲାର ୩ଟି ପୌରାଞ୍ଚଳ ମଧ୍ୟରୁ ବିଜେଡିକୁ ୨ଟି ମିଳିଥିବା ବେଳେ ବିଜେପିକୁ ଗୋଟିଏ ମିଳିଛି।

ସେହିପରି ଜଗତସିଂହପୁର ଜିଲ୍ଲାର ୨ଟି ପୌରାଞ୍ଚଳକୁ ଭାଗ କରି ନେଇଛନ୍ତି ବିଜେଡି ଓ କଂଗ୍ରେସ। ଯାଜପୁର ଜିଲ୍ଲାର ୨ଟିରୁ ୨ଟି ପୌରାଞ୍ଚଳ ବିଜେଡି ହାତକୁ ଯାଇଛି। କଳାହାଣ୍ଡିର ୪ଟି ପୌରାଞ୍ଚଳକୁ ସମାନ ଭାବେ ଭାଗ କରି ନେଇଛନ୍ତି ବିଜେଡି ଓ ବିଜେପି। କୋରାପୁଟ ଜିଲ୍ଲାର ୪ ପୌରାଞ୍ଚଳରୁ କଂଗ୍ରେସ ଖାତାକୁ ୨ଟି ଯାଇଥିବା ବେଳେ ବାକି ଦୁଇଟିକୁ ବିଜେଡି ଓ ସ୍ବାଧୀନ ବାଣ୍ଟି ନେଇଛନ୍ତି। ମାଲକାନଗିରିର ୨ଟି ପୌରାଞ୍ଚଳକୁ ବିଜେଡି ଓ ବିଜେପି ୧-୧ରେ ଭାଗ କରିଛନ୍ତି। ନବରଙ୍ଗପୁରର ଦୃଶ୍ୟପଟ୍ଟ ମଧ୍ୟ ସମାନ। ସେଠାରେ ବିଜେପି ଓ ବିଜେଡି ଗୋଟିଏ ଗୋଟିଏ ପୌରାଞ୍ଚଳ ନିଜ ଦଖଲକୁ ନେଇଛନ୍ତି।

ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିଜେଡି ଓ ବିଜେପି ୧-୧ ପୌରାଞ୍ଚଳରେ ବିଜୟୀ ହୋଇଛନ୍ତି। ମାତ୍ର ସୁବର୍ଣ୍ଣପୁରରେ ବିଜେଡି ସମସ୍ତ ୩ ପୌରାଞ୍ଚଳକୁ ପୋଛି ନେଇଛି। ସୁନ୍ଦରଗଡ଼ରେ ୩ ପୌରାଞ୍ଚଳରୁ ବିଜେଡି ଖାତାକୁ ୨ଟି ଯାଇଥିବା  ବେଳେ ବିଜେପି ଗୋଟିଏ ପାଇଛି। ବାଲେଶ୍ବରରେ ବାଜିମାତ କରିଛି ବିଜେଡି। ସେଠାରେ ୫ ପୌରାଞ୍ଚଳରୁ ବିଜେଡି ୪ଟି‌ରେ ବିଜୟୀ ହୋଇଛି ଓ ବିଜେପି ଖାତାକୁ ଗୋଟିଏ ଯାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ୨ଟି ପୌରାଞ୍ଚଳ ଦଖଳ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗୋଟିଏ ଯାଇଛି।  ଗଜପତି ଜିଲ୍ଲାର ୨ରୁ ୨ ପୌରାଞ୍ଚଳ ବିଜେଡି ଖାତାକୁ ଯାଇଛି।

ସେହିପରି ନୟାଗଡ଼ ଜିଲ୍ଲାର ୪ ପୌରାଞ୍ଚଳରୁ ୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବାକି ଦୁଇଟିରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। କିନ୍ତୁ ପୁରୀ ଜିଲ୍ଲାରେ ବିଜେଡି ୩ରୁ ୩ ପୌରାଞ୍ଚଳ ନିଜ ଦଖଲକୁ ନେଇଛି।

ଅନୁଗୁଳ ଜିଲ୍ଲାରେ ‌ମୋଟ ୫୫ କାଉନସିଲ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିକୁ ୩୭, ବିଜେପିକୁ ୧୭, ସ୍ବାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନ ମିଳିଥିବାବେଳେ କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳିନାହିଁ। ସେହିପରି ବାଲେଶ୍ୱରରେ ମୋଟ ୯୩ କାଉନସିଲରଙ୍କ ମଧ୍ୟରୁ ବିଜେଡିରୁ ୫୨, ବିଜେପିରୁ ୩୧, କଂଗ୍ରେସରୁ ୫ ଓ ସ୍ବାଧୀନରୁ ୫ଜଣ ଜିତିଛନ୍ତି। ବରଗଡ଼ରେ ୫୨ କାଉନସିଲ ଆସନରୁ ବିଜେଡିକୁ ୪୧, ବିଜେପିକୁ ୮, କଂଗ୍ରେସକୁ ୧  ଆସନ ମିଳିଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୨ଜଣ ଜିତିଛନ୍ତି।  ଭଦ୍ରକ ଜିଲ୍ଲାରେ ୭୯ରୁ ବିଜେଡିର ୩୮, ବିଜେପିର ୮, କଂଗ୍ରେସର ୧୬ ଓ ୫ ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲ ଭାବେ ନିର୍ବାଚିତ ହୋଇଛନ୍ତି। ଧାମନଗର ଗଣତି ହୋଇନାହିଁ। ଏଠାରେ ପୁଣି ଥରେ ନିର୍ବାଚନ ହେବ।

ବଲାଙ୍ଗୀରରେ ୭୮ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୫୨, ବିଜେପିର ୧୧, କଂଗ୍ରେସର ୧୪, ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ସେହିପରି ୫ ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ୩, ବିଜେପି ଗୋଟିଏରେ ବିଜୟୀ ହୋଇଛନ୍ତି। ‌ ଝାରସୁଗୁଡ଼ା ଜିଲ୍ଲାରେ ଅଧ୍ୟକ୍ଷ ପାଇଁ ହୋଇଥିବା ୩ ପଦବିରୁ ବିଜେଡି ଖାତାକୁ ୨ଟି ଓ କଂଗ୍ରେସ ହାତକୁ ଗୋଟିଏ ଯାଇଛି। କଳାହାଣ୍ଡିରେ ୨ଟି ବିଜେଡି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। କେନ୍ଦ୍ରାପଡ଼ାରେ ୨ଟି ଯାକ ବିଜେଡି ପୋଛି ନେଇଛି। କେନ୍ଦୁଝରରେ ୫ଟିରୁ ବିଜେଡି ୪ଟି ଓ ଗୋଟିଏ ବିଜେଡି ଜିତିଛି।

କୋରାପୁଟରେ ୪ଟିରୁ ବିଜେଡିକୁ ଗୋଟିଏ, କଂଗ୍ରେସକୁ ୨ଟି ଓ ସ୍ବାଧୀନ ପ୍ରାର୍ଥି ଗୋଟିଏ ପୌର ଅଧ୍ୟକ୍ଷ ପଦ ହାତଇେଛନ୍ତି।  ମାଲକାନଗିରିରେ ୨ଟି ଅଧ୍ୟକ୍ଷ ପଦ ବିଜେଡି ଓ ବିଜେପି ମଧ୍ୟରେ ଭାଗ ହୋଇଛି।  ମୟୂରଭଂଜରେ ୪ଟିରୁ ୩ଟିରେ ବିଜେଡି ଓ ‌ଗୋଟିଏରେ ବିଜେପିକୁ ବିଜୟ ମିଳିଛି। ନବରଂଗପୁରରେ ୨ଟିରୁ ଗୋଟିଏ ବିଜେଡି ଓ ଅନ୍ୟଟି ବିଜେପି ଜିତିଛି। ନୂଆପଡ଼ାରେ ୩ଟି ଆସନକୁ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ବାଣ୍ଟି ନେଇଛନ୍ତି।  ପୁରୀରେ ୩ଟି ଅଧ୍ୟକ୍ଷ ପଦକୁ ବିଜେଡି ହାତେଇଛି।