ବିଜେଡି ପ୍ରଚାର ଗାଡ଼ିର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର : ୨୦୧୯ ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ନବୀନ ନିବାସରେ ପତାକା ଦେଖାଇ ପ୍ରଚାର ପାଇଁ ସୁସଜ୍ଜିତ ଏଲଇଡି ଭ୍ୟାନ ଗୁଡ଼ିକର ଶ୍ରୀପଟ୍ଟନାୟକ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ଏଲଇଡି ଭ୍ୟାନ୍‌ଗୁଡ଼ିକୁ ସାମିଲ କରାଯାଇଛି। କେନ୍ଦ୍ରର ଅବହେଳା ନେଇ ପ୍ରଚାର ଗାଡ଼ିରେ ବିଭିନ୍ନ ପ୍ରଚାରପତ୍ରକୁ ସ୍ଥାନ ଦିଆଯାଇଛି।

ସମ୍ବନ୍ଧିତ ଖବର