ସୁନ୍ଦରଗଡ଼: ଜିଲ୍ଲା ପରିଷଦ ଆସନ ମାମଲାରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡ଼ି ବାଜିମାତ୍ କରିବା ଭଳି ପ୍ରାଥମିକ ସ୍ତରରୁ ସୂଚନା ମିଳୁଛି। ଆଜି ଗଣତି ହେଉଥିବା ୧୭ଟି ଜିଲ୍ଲା ପରିଷଦ ଜୋନ୍ରେ ଦ୍ବିତୀୟ ପର୍ଯ୍ୟାୟ ଗଣତି ରିପୋର୍ଟ ଅନୁସାରେ, ବିଜେଡି ୧୫ଟି ଆସନରେ ଆଗୁଆ ରହିଛି। ସେହି ଆସନଗୁଡିକ ହେଉଛି, ସୁନ୍ଦରଗଡ଼ ସଦର, ବାଲିଶଙ୍କରା, ନୂଆଗାଁ, ବିଶ୍ରା, ବଣାଇ, ଲହୁଣୀପଡ଼ା, ବଡ଼ଗାଁ, ହେମଗିର, ସବଡ଼େଗା, ରାଜଗାଙ୍ଗପୁର, କୁତ୍ରା, ଲେଫ୍ରିପଡ଼ା, କୁଆରମୁଣ୍ଡା, ଲାଠିକଟା ଓ ଟାଙ୍ଗରପାଲିର ‘କ ଜୋନ୍। ସେହିପରି ସିପିଆଇ (ଏମ) ଗୋଟିଏ ଆସନ କୋଇଡା ଓ ଜେଏମ୍ଏମ୍ ଗୋଟିଏ ଆସନ ଗୁରୁଣ୍ଡିଆରେ ଆଗରେ ରହିଛି।
ସୁନ୍ଦରଗଡ଼ରେ ବିଜେଡି କରିବ ବାଜିମାତ୍!
/sambad/media/post_attachments/wp-content/uploads/2022/02/0b64dca7-f4e2-48ca-aedc-64029192b954.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)