ଭୁବନେଶ୍ବର : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଚାରରେ ହେଲିକପ୍ଟର୍ ବ୍ୟବହାର କରୁଥିବା େନଇ ଆପତ୍ତି ଉଠାଇଛି ବିଜେଡି। ଆଜି ଏ ନେଇ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ସ୍ମାରକପତ୍ର ଦିଆଯାଇଛି।
ସ୍କାରକପତ୍ରରେ ଦର୍ଶାଯାଇଛି, ଇମ୍ଫା କମ୍ପାନି ମାଲିକାନାରେ ଥିବା ହେଲିକପ୍ଟର୍କୁ ଶ୍ରୀ ପଣ୍ଡା ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ହେଲିକପ୍ଟର୍ର ବ୍ୟବସାୟିକ ଅନୁମତି ନାହିଁ। ନିର୍ବାଚନ କମିସନ୍ଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ବ୍ୟବସାୟିକ ଅନୁମତି ବାଧ୍ୟତାମୂଳକ। ଏହା ଫଳରେ ଜଣେ ପ୍ରାର୍ଥୀ ହେଲିକପ୍ଟର୍କୁ ଭଡ଼ାରେ ନେେବ ଓ ସେହି ଭଡ଼ାକୁ ନିଜ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ଅନ୍ତର୍ଭୁକ୍ତ କରିେବ। ଏ କ୍ଷେତ୍ରରେ ହେଲିକପ୍ଟର୍ର ବ୍ୟବସାୟିକ ଅନୁମତି ନ ଥିବାରୁ ଉଭୟ ଇମ୍ଫା କମ୍ପାନି ଓ ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ଦୋଷୀ। ତେଣୁ ତୁରନ୍ତ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ସିଇଓଙ୍କୁ ଭେଟିବାକୁ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ସୁଲତା ଦେଓ, ଲେନିନ୍ ମହାନ୍ତି, ସସ୍ମିତ ପାତ୍ର ଓ ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଥିଲେ।
ଅପର ପକ୍ଷରେ ବିଜେଡିର ଅଭିଯୋଗ ଉପରେ ଟୁଇଟ୍ କରି ଶ୍ରୀ ପଣ୍ଡା କହିଛନ୍ତି, ମୁଁ ସମସ୍ତ ପୂର୍ବ ନିର୍ବାଚନରେ ଘରୋଇ ହେଲିକପ୍ଟର୍ ବ୍ୟବହାର କରିଛି। ମୁଁ ନିର୍ବାଚନ ବେଳେ ଟ୍ୟାକ୍ସି ନୁହେଁ, ଘରୋଇ କାର୍ ବି ବ୍ୟବହାର କରେ। ନିର୍ବାଚନ କମିସନ୍ଙ୍କ ନିୟମ ଅନୁଯାୟୀ ଏହାର ଦେୟ ମୋର ନିର୍ବାଚନୀ ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହେବ।