ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି : ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସି ଉପରେ ନଜର ରଖ

ଭୁବନେଶ୍ବର : ଗତ ବିଜେପୁର ଉପନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକ ଓ ମ୍ୟାନେଜରମାନଙ୍କଠାରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପିର ନିର୍ବାଚନୀ ଖର୍ଚ୍ଚରେ ଲାଗିବା ପାଇଁ ଏହି ଟଙ୍କା ମହଜୁଦ ରହିଥିଲା। ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସିଗୁଡ଼ିକୁ ପାଣ୍ଠି ବା କାମରେ ନିୟୋଜିତ କରିବାର ନୂଆ ତତ୍ତ୍ୱ ଆପଣାଇଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ସାଧାରଣ ନିର୍ବାଚନରେ ତାହାକୁ ବ୍ୟାପକ କରିବାକୁ ଯାଉଛନ୍ତି।

ବିଜୁ ଜନତା ଦଳ ନେତା ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ ଏବଂ ଡ. ସସ୍ମିତ୍ ପାତ୍ର ଆଜି ଏଭଳି ସଙ୍ଗିନ ଅଭିେଯାଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ନିର୍ବାଚନ କମିସନ ଏଥିରେ ହସ୍ତକ୍ଷେପ କରି ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସିଗୁଡ଼ିକୁ ନଜରରେ ରଖିବାକୁ ବିେଜଡି ପକ୍ଷରୁ ସିଇଓଙ୍କ ନିକଟରେ ଦାବି ରଖାଯାଇଛି।

ବିେଜଡି ଅଭିେଯାଗ କରିଛି, ନିର୍ବାଚନ ବେଳେ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଏଜେନ୍ସିକୁ ନିୟୋଜିତ କରିବାର ସହଜ ଓ ନିରାପଦ ବାଟ ପାଇଛି ବିେଜପି। ବିଜେପୁର ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ୍ ପମ୍ପ ମାଲିମାନଙ୍କୁ କିଭଳି ନିୟୋଜିତ କରିଥିଲେ ତାହା ଧରାପଡ଼ିସାରିଛି। ଚଳିତ ନିର୍ବାଚନରେ ଏହାକୁ ବ୍ୟାପକ କରାଯାଉଥିବା ସ୍ପଷ୍ଟ। ନିର୍ବାଚନର ସବୁ ନୀତି ନିୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ଉଳ୍ଲଂଘନ ହେଉଥିବାରୁ ବିଜେଡ଼ି ଏହା ବିରୋଧରେ ସ୍ୱର ଉଠାଇ ଆସୁଛି । ବିଜେପୁର ଉପନିର୍ବାଚନ ବେଳେ ବିଜେଡ଼ି ଏହା ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ବାରମ୍ବାର ଆଣିଥିଲେ ମଧ୍ୟ ବେଆଇନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଏବେ ରାଜ୍ୟବ୍ୟାପୀ ସବୁ ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଭିଡ଼ିଓ ନିରୀକ୍ଷଣ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଏହା କରା ନ ଗଲେ ଭୋଟରଙ୍କୁ ପ୍ରଲୋଭିତ କରିବାର ପଥ ସୁଗମ ହୋଇଯିବ ବୋଲି ବିେଜଡି ଦର୍ଶାଇଛି।

ସମ୍ବନ୍ଧିତ ଖବର