ଗଜପତିରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ କମିସନର୍‌ଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର : ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ୍‌ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଆଜି ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ଏ ସଂକ୍ରାନ୍ତୀୟ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ ନିର୍ବାଚନରେ ପରାଜିତ ହେବା ଭୟରେ ବିଜେପି ପ୍ରାର୍ଥୀ ଓ ନେତାମାନେ ହିଂସାର ଆଶ୍ରୟ ନେଇଛନ୍ତି। ଆକ୍ରମଣର ଶୀକାର ହୋଇଥିବା ସି ଏଚ୍ ପ୍ରସାଦ ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ଓ ସେ ହସ୍ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆକ୍ରମଣ କରିଥିବା ବିଜେପି ନେତା ଓ କର୍ମୀଙ୍କୁ ତୁରନ୍ତ ଗିରଫ ସହ ବିଜେଡି ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର